www.samajalive.in
Monday, December 8, 2025
27.1 C
Bhubaneswar

ଚଢ଼ିଗଲା ଜେସିବି; ଜଣେ ମୃତ

ପାଟଣା: ପାଟଣା ଥାନା ଅଞ୍ଚଳ ସାହାରପଡ଼ା ଫାଣ୍ଡି ଅନ୍ତର୍ଗତ ପଳସାପଡ଼ା ନିକଟ ସାନବାଲିପଶି ନିକଟରେ ଏକ ଦୁର୍ଘଟଣା ଘଟିଛି । ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ କରାଇବା ପାଇଁ ଏକ ଜେସିବି ମେସିନ ଖାଇ ଖୋଳୁଥିବା ବେଳେ ପଛୁଆ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ଉତ୍ତେଜନା ଦେଖା ଦେଇଥିଲା । ଘଟଣାସ୍ଥଳରେ ସାହାରପଡ଼ା ଫାଣ୍ଡି ଏ.ଏସ.ଆଇ ଶିବ ପ୍ରସାଦ ଆଇଚ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ରାତି ସାଢେ ୯ଟା ସୁଦ୍ଧା ମୃତଦେହ ଉଠି ପାରିନଥିବା ବେଳେ କ୍ଷତିପୂରଣ ପାଇଁ ଠିକା ସଂସ୍ଥା ପକ୍ଷରୁ ରାଜି ହେବା ପରେ ରାତି ୧୦ ଟାରେ ପୁଲିସ ମୃତଦେହକୁ ଉଦ୍ଧାର କରିଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories