www.samajalive.in
Saturday, December 13, 2025
26.1 C
Bhubaneswar

ଚଢ଼ିଗଲା ଜେସିବି; ଜଣେ ମୃତ

ପାଟଣା: ପାଟଣା ଥାନା ଅଞ୍ଚଳ ସାହାରପଡ଼ା ଫାଣ୍ଡି ଅନ୍ତର୍ଗତ ପଳସାପଡ଼ା ନିକଟ ସାନବାଲିପଶି ନିକଟରେ ଏକ ଦୁର୍ଘଟଣା ଘଟିଛି । ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ କରାଇବା ପାଇଁ ଏକ ଜେସିବି ମେସିନ ଖାଇ ଖୋଳୁଥିବା ବେଳେ ପଛୁଆ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ଉତ୍ତେଜନା ଦେଖା ଦେଇଥିଲା । ଘଟଣାସ୍ଥଳରେ ସାହାରପଡ଼ା ଫାଣ୍ଡି ଏ.ଏସ.ଆଇ ଶିବ ପ୍ରସାଦ ଆଇଚ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ରାତି ସାଢେ ୯ଟା ସୁଦ୍ଧା ମୃତଦେହ ଉଠି ପାରିନଥିବା ବେଳେ କ୍ଷତିପୂରଣ ପାଇଁ ଠିକା ସଂସ୍ଥା ପକ୍ଷରୁ ରାଜି ହେବା ପରେ ରାତି ୧୦ ଟାରେ ପୁଲିସ ମୃତଦେହକୁ ଉଦ୍ଧାର କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories