ବାଙ୍କୀ:ଗୁରୁବାର ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏକ ବଡଧରଣର ଅବକାରୀ ସାମଗ୍ରୀ ଜବତ କରାଯାଇଛି। ଏଥିସହ ୪,୬୦୦ ଲିଟର ମଦ ରନ୍ଧା ପାଇଁ ମହଜୁଦ୍ ଥିବା ପୋଚ୍କୁ ବାଙ୍କୀ ଅବକାରୀ ବିଭାଗ ନଷ୍ଟ କରିଦେଇଛି। ସେହିପରି ୨୨ଲିଟର ଚୋରା ରନ୍ଧା ଦେଶୀ ମଦ ଜବତ କିରାଯାଇଥିଲେ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିବାରେ ସଫଳ ହୋଇନଥିବା ଜଣାପଡିଛି।
ବାଙ୍କୀ ଅବକାରୀ ବିଭାଗ ସୂଚନା ଅନୁଯାୟୀ ଗୁରୁବାର ସକାଳୁ ବାଙ୍କୀ ଓ ଆଠଗଡ ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ବାଙ୍କୀ ଓ ବୈଦେଶ୍ୱର ଥାନା ଅନ୍ତର୍ଗତ ବରପୁଟ ଓ ପଶାଣିଆ ଗ୍ରାମ୍ୟ ଜଙ୍ଗଲରେ ଚଢାଉ କରାଯାଇଥିଲା। ୫ଟି ସ୍ଥାନରେ ବେଆଇନ ଭାବରେ ମଦ ରନ୍ଧାଯାଇ ମହଜୁଦ୍ ଥିବା ଓ ପ୍ରସ୍ତୁତ ଥିବା ମଦରନ୍ଧା ସାମଗ୍ରୀ ଜବତ କରାଯାଇଥିଲା। ଜବତ ମଦ ସେହି ସ୍ଥାନରେ ଅବକାରୀ ବିଭାଗ ଦ୍ୱାରା ନଷ୍ଟ କରାଯାଇଥିଲା। ଏହି ଚଢାଉରେ ଅବକାରୀ ଅଧିକାରୀ ତେଲେସପର ଲାକ୍ରା,ଏ.ଏସ.ଆଇ ଦୀପକ କୁମାର ସାମଲ, କନେଷ୍ଟବଳ ସଞ୍ଜୟ କୁମାର ରାଉତ, ସନ୍ତୋଷ କୁମାର ମହାରଣା, ଦୁଷ୍ମନ୍ତ କୁମାର ବସନ୍ତରା, ଗୀତାଞ୍ଜଳୀ ବେହେରା, ଇଶ୍ୱର ଟୁଡୁ, ଶଙ୍କର ସିଂ, ବିଶ୍ୱନାଥ ସୋରେନ ପ୍ରମୁଖ ସାମିଲ ହୋଇଥିଲେ।
ବାଙ୍କୀରେ ଅବକାରୀ ଚଢାଉ: ୪,୬୦୦ ଲିଟର ପୋଚ ନଷ୍ଟ, ୨୨ଲିଟର ଚୋରା ଦେଶୀ ରନ୍ଧାମଦ ଜବତ
Popular Categories



