www.samajalive.in
Wednesday, December 10, 2025
18.1 C
Bhubaneswar

“ପିଏମ୍‍ ମତ୍ସ୍ୟ ସମ୍ପଦା ଯୋଜନା”ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ : ବିହାରରେ ଚଳିତ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯୪.୫୩ କୋଟି ଟଙ୍କାର ଯୋଜନା ରାଜ୍ୟକୁ  ଉପହାର ଆକାରରେ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ “ପିଏମ୍‍ ମତ୍ସ୍ୟ ସମ୍ପଦା ଯୋଜନା” (PMMSY) ର ଶୁଭାରମ୍ଭ କରିଛନ୍ତି। କୃଷକଙ୍କ ପ୍ରତ୍ୟକ୍ଷ ବ୍ୟବହାର ପାଇଁ ଏକ ସାମଗ୍ରିକ ପ୍ରଜାତିର ଉନ୍ନତି, ବଜାର ଏବଂ ସୂଚନା ସମ୍ବନ୍ଧୀୟ ‘ଇ-ଗୋପାଲା’ ଆପର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ, କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଏହି ଯୋଜନାଗୁଡିକର ଲାଭ ବିଷୟରେ ବର୍ଣ୍ଣନା କରିଥିଲେ। ଏହି ସମୟ ମଧ୍ୟରେ ପୁର୍ଣ୍ଣିଆର ଜଣେ ମହିଳା ପିଏମ ମୋଦୀଙ୍କୁ କହିଛନ୍ତି ଯେ ରାଜ୍ୟରେ ମଦ ନିଷେଧ ହେବା ପରଠାରୁ ତାଙ୍କ ପରିବାର ଗୋପାଳନ ଆରମ୍ଭ କରିଛନ୍ତି। ଏହା ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆମ ସରକାର ମଧ୍ୟ ଦିନରାତି କାର୍ଯ୍ୟ କରୁଛନ୍ତି।

- Advertisement -

“ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା” ଦେଶରେ ମତ୍ସ୍ୟପାଳନ କ୍ଷେତ୍ରରେ ସ୍ଥାୟୀ ବିକାଶ ହାସଲ ପାଇଁ ସରକାରଙ୍କର ଏକ ପ୍ରମୁଖ ଯୋଜନା। ଏହି ଯୋଜନା ବାବଦରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ, ଯାହା ମତ୍ସ୍ୟ ପାଳନ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ପୁଞ୍ଜିନିବେଶ। ୨୦୨୪- ୨୫ ସୁଦ୍ଧା ଆଉ ଅତିରିକ୍ତ ୭୦ଲକ୍ଷ ଟନ୍‍ ମତ୍ସ୍ୟ ଉତ୍ପାଦନ ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories