www.samajalive.in
Wednesday, December 10, 2025
26.1 C
Bhubaneswar

ବାଧକ ସାଜିଛି ଅର୍ଥ, ମୁଖଗହ୍ୱର କର୍କଟ ରୋଗରେ ପୀଡିତ ତୁଲସୀ

ବଲାଙ୍ଗିର: ଦୁଇ ବର୍ଷ କୋମଳମତୀ ମୁଖ ଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ। ଏପଟେ ଚିକିତ୍ସା କରିବା ପାଇଁ ଅଣ୍ଟିରେ ଟଙ୍କା ଟିଏ ନାହିଁ। ସେପଟେ ଝିଆ ଭୋଗୁଥିବା କଷ୍ଟକୁ ବି ଦେଖିହେଉନାହିଁ। ଏମିତିରେ ସମସ୍ତ ବାଟ ବନ୍ଦ ହୋଇଯିବା ପରେ ଶେଷରେ ଜିଲାପ୍ରଶାସନର ସାହାର୍ଯ୍ୟ ଭିକ୍ଷା କରିଛନ୍ତି ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଜେନତରା ଗାଁର ସୁଭଦ୍ର ମାଝି ଓ ତାଙ୍କ ସ୍ତ୍ରୀ ସୁରୁବାଲୀ ମାଝି।
ମୁରିବାହାଲ ବ୍ଲକ ସୁଭଦ୍ର ମାଝି ଓ ସୁରୁବାଲୀ ମାଝିଙ୍କ ଦୁଇ ବର୍ଷର କନ୍ୟା ସନ୍ତାନ ତୁଲସୀ। ଯେତେବେଳେ ତୁଲସୀଙ୍କୁ ଗୋଟିଏ ବର୍ଷ ହୋଇଥିଲା ତାଙ୍କପାଟିର ଡାହାଣ ପାଖରେ ଏକ ଟ୍ୟୁମର ରହିଥିଲା। ଏନେଇ ସେମାନେ ବାରମ୍ବାର ଡାକ୍ତରଖାନା ଆସି ଚିକିତ୍ସା କରିଥିଲେ। କିନ୍ତୁ ତାହା ପରବର୍ତ୍ତୀ ସମୟରେ କର୍କଟ ରୋଗ ହୋଇଥିବା ଜଣାପଡିଥିଲା। ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ, ପରେ ବୁର୍ଲା ଡାକ୍ତରଖାନାରେ ଦେଖାଇଥିଲେ। କର୍କଟ ରୋଗ ବୋଲି ଜାଣିବା ପରେ ବର୍ତ୍ତମାନ ତାଙ୍କ ପାଖରେ ଚିକିତ୍ସା ପାଇଁ ସମ୍ବଲ ନାହିଁ । ଅଭାବ ଅନଟନରେ ଦିନ କାଟୁଥିବା ଏହି ଦମ୍ପତ୍ତି ଝିଅର ଚିକିତ୍ସା ପାଇଁ ବାରଦୁଆର ହୋଇଥିବା କହିଛନ୍ତି। ଅନେକ ଚେଷ୍ଟା ସତ୍ୱେ ଟଙ୍କା ଯୋଗାଡ ହେଉନଥିବାରୁ ଅନ୍ୟ ସ୍ଥାନକୁ ଯାଇ କର୍କଟ ରୋଗର ଚିକିତ୍ସା କରିବାରେ ବିଫଳ ହୋଇଛନ୍ତି । ଶେଷରେ ଗୁରୁବାର ସୁଭଦ୍ର ଓ ସୁରୁବାଲୀ ନିଜ ଝିଅଙ୍କୁ ନେଇ ଜିଲାପ୍ରଶାସନ ପାଖରେ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି। ଜିଲା ଜରୁରୀକାଳିନ ଅଧିକାରୀ ଶଙ୍କର୍ଷଣ ପଧାନଙ୍କୁ ଭେଟି ସହାୟତା ପାଇଁ ଆବେଦନ କରିଥିଲେ। ତେବେ ଉକ୍ତ ଝିଅର କର୍କଟ ରୋଗର ଚିକିତ୍ସା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ପଧାନ ସୂଚନା ଦେଇଛନ୍ତି। ଜିଲା ପ୍ରଶାସନର ସହାୟତା ପ୍ରତିଶୃତି ପାଇବା ପରେ ଉଭୟ ସୁଭଦ୍ର ଓ ସୁରୁବାଲୀଙ୍କ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories