www.samajalive.in
Saturday, December 6, 2025
26.1 C
Bhubaneswar

ଶିମିଳିପୁର ସେବା ସମବାୟ ସମିତିରେ ଖୋଲିଲା ରବି ଧାନମଣ୍ଡି

ବାଙ୍କୀ : ବାଙ୍କୀ ନିୟନ୍ତ୍ରିତ ବଜାର କମିଟି ସୌଜନ୍ୟତାରେ ମଙ୍ଗଳବାର ଦିନ ସ୍ଥାନୀୟ ଶିମିଳିପୁର ସେବା ସମବାୟ ସମିତିରେ ରବି ଧାନମଣ୍ଡିର ଶୁଭ ଉଦ୍ଦ୍ଘାଟନ ହୋଇଛି। ସରପଞ୍ଚ ସୁକାନ୍ତ କୁମାର ବେହେରା,ସମିତିସଭ୍ୟା ଝୁନୁ ନାୟକ ଏବଂ ଉପସହକାରୀ ନିବନ୍ଧକ ଜ୍ୟୋତିରଞ୍ଜନ ସେଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମଣ୍ଡିରେ ରବିଧାନ କିଣିବାର ଶୁଭାରମ୍ଭ କରିଛନ୍ତି। ସେବା ସମବାୟ ସମିତିର ସମ୍ପାଦକ ଫକୀର ନାୟକଙ୍କ ସଞ୍ଚାଳନରେ ଅନୁଷ୍ଠିତ ମଣ୍ଡିରେ ପୂର୍ବତନ ସଭାପତି ମନୋଜ କୁମାର ସ୍ୱାଇଁ,ସରୋଜ କୁମାର ସାହୁ,ରାଧାମୋହନ ସ୍ୱାଇଁ,ଗୋବର୍ଦ୍ଧନ ନାୟକ,ଜିତେନ ନାୟକ,ଶରତ ଦଳେଇ,ସନ୍ତୋଷ କୁମାର ସାହୁ ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଉପସ୍ଥିତ ଥିଲେ। ସମ୍ପାଦକଙ୍କ ସୂଚନା ଅନୁଯାୟୀ ସମିତିର ପଞ୍ଜୀକୃତ ୧୮୦ଜଣ ଚାଷୀଙ୍କ ଠାରୁ ଚଳିତ ମଣ୍ଡିରେ ଧାନ କ୍ରୟ କରାଯିବ। ୧ମ ପର୍ଯ୍ୟାୟରେ ଚାଷୀ ମାନଙ୍କ ଠାରୁ ୩ହଜାର ୩୪୨କ୍ୱିଣ୍ଟାଲ ଧାନ କିଣାଯିବା ପାଇଁ ଜିଲ୍ଲା ଯୋଗାଣ ବିଭାଗରୁ ଧାର୍ଯ୍ୟ ଅନୁମତି ମିଳିଛି। ପରବର୍ତ୍ତୀ ଅବସ୍ଥାରେ ପର୍ଯ୍ୟାୟ କ୍ରମେ ଚାଷୀଙ୍କ ଠାରୁ ଅଧିକ ଧାନ କିଣାଯିବ। ଆଜି ଚାଷୀ ଗୋବର୍ଦ୍ଧନ ନାୟକ,ଫକୀର ନାୟକ,ଲକ୍ଷ୍ମୀପ୍ରିୟା ସାହୁ,ନିରଞ୍ଜନ ନାୟକ,ମଧୁସୂଦନ ରାଉତ,କୃଷ୍ଣ ମୋହନ ସ୍ୱାଇଁ,କଳ୍ପତରୁ ଭୂଇଁଆ,ପ୍ରଦୀପ ରାଉତ,ପବିତ୍ର ନାୟକ,ନିମେଇ ଚରଣ ସାହୁ ପ୍ରମୁଖ ୧୧ଜଣ ଚାଷୀଙ୍କ ଠାରୁ ସରକାରୀ ଧାର୍ଯ୍ୟ ଦରରେ ୪୬୫କ୍ୱିଣ୍ଟାଲ ଧାନ କିଣାଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories