www.samajalive.in
Sunday, December 7, 2025
14.1 C
Bhubaneswar

ଚକ୍ରପାଣି ପୀଠକୁ ଭାବପୂର୍ଣ୍ଣ କଳସ ଯାତ୍ରା

ବାଙ୍କୀ : ବାଙ୍କୀ ବିଲିପଡା ଗ୍ରାମପଞ୍ଚାୟତ ସ୍ଥିତ ଶ୍ରୀଶ୍ରୀ ଭାଗବତ ଗୋସ୍ୱାମୀ ଦେବଙ୍କ ପଞ୍ଚଦଶ ବାର୍ଷିକ ମହୋତ୍ସବ ଅବସରରେ ଏକ ଭାବପୂର୍ଣ୍ଣ କଳସ ଯାତ୍ରା ମହାନଦୀ ରେଣୁକା ଘାଟରୁ ଚକ୍ରପାଣି ପୀଠକୁ ଯାତ୍ରା କରିଛି। ଗୁରୁବାର ଦିନ ପ୍ରତ୍ୟୁଷରୁ ଶାନ୍ତିପୂର୍ଣ୍ଣ ଓ ନିରାଡମ୍ବର ଭାବରେ ଆୟୋଜିତ କଳସ ଯାତ୍ରାରେ ସହସ୍ରାଧିକ ଭକ୍ତ ମାନେ ସାମିଲ ହୋଇ ଦୀର୍ଘ ୫କିମି ରାସ୍ତା ପାଦରେ ଚାଲି କଳସ ସ୍ଥାପନ କରିଛନ୍ତି। ଆଜି ଠାରୁ ମହୋତ୍ସବର ଉଦ୍ଦ୍ଘାଟନୀ କାର୍ଯ୍ୟକ୍ରମ ସହିତ ଆସନ୍ତା ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ପୀଠରେ ଅହୋରାତ୍ର ଭାଗବତ ପଠନ ଓ ଯଜ୍ଞାଦି କାର୍ଯ୍ୟ ସଞ୍ଚାଳିତ ହୋଇ ବୁଧବାର ଦିନ ମହୋତ୍ସବର ପୂଣ୍ଣାହୂତୀ କାର୍ଯ୍ୟ ସମାପନ ହେବ। ବିଲିପଡା ଗ୍ରାମବାସୀ ଓ ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସହଯୋଗ ଭିତ୍ତିକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଟି ଧର୍ମିୟ ଚେତନା ଓ ଆତ୍ମବିଶ୍ୱାସର ସହ ଦୀର୍ଘ ୧୫ବର୍ଷ ଧରି ସଞ୍ଚାଳିତ ହେଉଥିବାରୁ ଶ୍ରୀଶ୍ରୀ ଭାଗବତ ଗୋସ୍ୱାମୀ(ଚକ୍ରପାଣି)ଙ୍କ ପ୍ରତି ଅଞ୍ଚଳର ଆଧ୍ୟାତ୍ମିକ ବିଶ୍ୱାସ ବୋଧ ବୃଦ୍ଧି ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories