www.samajalive.in
Sunday, December 7, 2025
26.1 C
Bhubaneswar

ବିଲିତେନ୍ତୁଳିଆ ଗ୍ରାମରେ ଜଳେଶ୍ୱର କଲ୍ୟାଣ ମଣ୍ଡପର ଶିଳାନ୍ୟାସ କଲେ ବିଧାୟକ

ବାଙ୍କୀ : ମଙ୍ଗଳବାର ପୂର୍ବାହ୍ନରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ବ୍ରହ୍ମପୁରା ପଞ୍ଚାୟତ ଅଧିନ ବିଲିତେନ୍ତୁଳିଆ ଗ୍ରାମରେ ବହୁ ପ୍ରତିକ୍ଷୀତ ଜଳେଶ୍ୱର କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ବିଶିଷ୍ଠ ଅତିଥି ଭାବରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ,ସମ୍ମାନିତ ଅତିଥି ଭାବରେ ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ,ଅନୁୟାରୀ ପଞ୍ଚାୟତ ସରପଞ୍ଚ ସଞ୍ଜୟ ପାତ୍ର ଏବଂ ବ୍ରହ୍ମପୁରାର ପୂର୍ବତନ ସରପଞ୍ଚ ବୈକୁଣ୍ଠ ମୁଦୁଲି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଗ୍ରାମାଞ୍ଚଳରେ ଏହି କଲ୍ୟାଣ ମଣ୍ଡପ ନିର୍ମାଣ ଶେଷ ହେଲେ ଗ୍ରାମର ବହୁ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ଗ୍ରାମବାସୀ ଉପକୃତ ହେବେ ବୋଲି ଉପସ୍ଥିତ ବୁଦ୍ଧିଜିବୀ ମାନେ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ବ୍ଲକର ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ସ୍ୱାଇଁ,କନିଷ୍ଠ ଯନ୍ତ୍ରୀ ସାସ୍ୱତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସହକାରୀ ଯନ୍ତ୍ରୀଙ୍କ ସୂଚନା କ୍ରମରେ ପ୍ରାୟ ୩୫ଲକ୍ଷ ଟଙ୍କା ବ୍ୟୟବରାଦରେ ୬ମାସ ମଧ୍ୟରେ ପ୍ରକଳ୍ପଟି ପୂର୍ଣ୍ଣାଙ୍ଗ ହେବ ବୋଲି ସୂଚନା ଦେଇଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories