www.samajalive.in
Monday, December 8, 2025
24.1 C
Bhubaneswar

ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ-୧୯ କୋଭିଡ ଯୋଦ୍ଧାଙ୍କ ସହ ୨ ସାହସୀ ଯୁବକଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ : ପବିତ୍ର ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନିରାଡମ୍ବର ଓ କୋଭିଡ-୧୯ ଅନୁପାଳନ ସହ ବାଙ୍କୀରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସଂଚାଳିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ୨୧ଜଣ କୋଭିଡ ଯୋଦ୍ଧା ଓ ୨ଜଣଙ୍କୁ ସାହାସିକତା ପାଇଁ ମାନପତ୍ର ଓ ଉପଢୈାକନ ଦିଆଯାଇ ସମ୍ବର୍ଦ୍ଧନା କରାଯାଇଛି ।

ରାଜ୍ୟରେ ଦେଖାଯାଇଥିବା କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥିବା ହେତୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟିକ୍ଷକ ଡାକ୍ତର ଧୁଳେସ୍ୱର ପ୍ରଧାନଦ,ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟିକ୍ଷକ ଡାକ୍ତର ବିଶ୍ୱଜିତ୍ ପଣ୍ଡା,ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟିକ୍ଷକ ଡାକ୍ତର ଅମରେଶ ସାହୁ,ଆୟୁଶ ଡାକ୍ତର ଯଜ୍ଞଦୀପନ୍ ଦେବ ପାଣୀ,ଡାକ୍ତର ସରିତା ବିଶ୍ୱାଳ,ଡାକ୍ତର ସୁଧଂଶୁ ଶେଖର ପଣ୍ଡା,କନିଷ୍ଠ ସଂଚାଳକ ଶଶିକାନ୍ତ ମିଶ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁ,ଶାନ୍ତିଲତା ଦେଇ,ପୁରୁଷ ସ୍ୱାସ୍ଥ୍ୟକର୍ମୀ ରଶ୍ମିତ କୁମାର ପ୍ରଧାନ,ମହିଳା ସ୍ୱାସ୍ଥ୍ୟ କର୍ମୀ ଦିପିକା ପ୍ରିୟଦର୍ଶିନୀ,ବାସଲତା ଦାସ,ପୁଷ୍ପଲତା ଦାସ,ରାଧାକାନ୍ତ ଖଟୁଆ,ଆଶାକର୍ମୀ କମଳା ସାହୁ,ଅଲେଖୀ ରାଉତ,ଅଙ୍ଗନବାଡିକର୍ମୀ ଅମୁଲୀ ସାହୁ,ଶକ୍ତିମୟୀ ମହାପାତ୍ର,ସଫେଇ କର୍ମଚାରୀ ପ୍ରମୋଦ କୁମାର ହାତୀ ଏବଂ ମହାନଦୀରେ ବୁଡି ଯାଉଥିବା ୨ କୋମଳମତୀ ଶିଶୁଙ୍କୁ ନିଶ୍ଚିତ ବିପଦମୁଖ ରୁ ଉଦ୍ଧାର କରି ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିବା ରଣପୁର ଗ୍ରାମର ପ୍ରଶାନ୍ତ କୁମାର ମଙ୍ଗୁଆଳ ଓ ଆଦିତ୍ୟ ଦେଉରୀଙ୍କୁ ପ୍ରଶଂସାପତ୍ର ସହ ଉପଢୈାକନ ଦିଆଯାଇ ଉପଖଣ୍ଡ ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସସ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି ।

- Advertisement -

ଉପଖଣ୍ଡ ସ୍ତରୀୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତିଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ସଂଚାଳନ ହୋଇଥିଲା । ସକାଳେ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାପୁରୁଷଙ୍କ ପ୍ରର୍ତ୍ତୀମୂତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁ ବ୍ଲକ ପରିସରରେ ଜାତୀୟ ପତାକା ଉତ୍ତୋଳିନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୋଭିଡ ନିୟମ ଅନୁପାଳନ ସହିତ ସମାହିତ ହୋଇଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories