www.samajalive.in
Saturday, December 6, 2025
16.1 C
Bhubaneswar

ବଦଳିଲା ବ୍ୟାଙ୍କ ସମୟ; ସକାଳ ୮ରୁ ଅପରାହ୍ନ ୨ଟା

ଭୁବନେଶ୍ବର (ବ୍ୟୁରୋ):  ଭୁବନେଶ୍ବର, କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର ଓ କୋରାପୁଟ ସହର ବ୍ୟତୀତ ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ଥିବା ଅନ୍ୟ ସମସ୍ତ ବ୍ୟାଙ୍କଗୁଡ଼ିକ ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଖୋଲାରହିବ। ଏସବୁ ବ୍ୟାଙ୍କଗୁଡ଼ିକରେ ଗ୍ରାହକ ସେବା ସକାଳ ୮ଟାରୁ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଲକଡାଉନ ଏବଂ ଗ୍ରୀଷ୍ମପ୍ରବାହ ପାଇଁ ଉପଭୋକ୍ତାଙ୍କ ସୁବିଧା ନିମନ୍ତେ ବ୍ୟାଙ୍କ କାର୍ଯ୍ୟ ସକାଳୁଆ କରାଯିବାକୁ ସ୍ଥିର ହୋଇଛି । ଲକଡାଉନ ଅବଧି ଶେଷ ପର୍ଯ୍ୟନ୍ତ ଏହି ନିର୍ଦେଶ ବଳବତ୍ତର ରହିବ । ଏହି ସମୟରେ ସମସ୍ତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ ପୂର୍ବରୁ ଦିଆଯାଇଥିବା ନିର୍ଦେଶ ଅପରିବର୍ତ୍ତିତ ରଖାଯାଇଛି। ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୨୨ରେ ଥିବା ବ୍ୟବସ୍ଥା ଅନୁସାରେ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ପକ୍ଷରୁ ଏହି ନିର୍ଦେଶନାମା ଜାରି କରାଯାଇଛି।
ଗ୍ରୀଷ୍ମପ୍ରବାହ ବଢ଼ିଥିବାରୁ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ସମୟରେ ପରିବର୍ତ୍ତନ କରାଯାଇ ସକାଳୁଆ କରିବାକୁ ନିଷ୍ପତ୍ତି ହୋଇଛି। ସକାଳେ ବ୍ୟାଙ୍କ ଖୋଲାଯିବା ଦ୍ବାରା ବ୍ୟାଙ୍କ ପରିସରରେ ପ୍ରବଳ ଭିଡ଼କୁ ଏଡ଼ାଇଦିଆଯିବା ସହିତ ସାମାଜିକ ଦୂରତା ରକ୍ଷା ସମ୍ଭବ ହୋଇପାରିବ।
ଉଲ୍ଲେଖଯୋଗ୍ୟ ଯେ କଟକ, ପୁରୀ, ଭୁବନେଶ୍ବର, ଛତ୍ରପୁର, ବ୍ରହ୍ମପୁର, କୋରାପୁଟକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସବୁଠି ସରକାରୀ କାର୍ଯ୍ୟାଳୟ ଏବେ ସକାଳ ୭ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହୁଛି। ଏପ୍ରିଲ ୧୦ରୁ ଜୁନ ୧୫ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories