www.samajalive.in
Thursday, December 11, 2025
18.1 C
Bhubaneswar

ବିନିକାରେ ପ୍ରଶାସନର ଜନ ଅଭିଯୋଗ ଶୁଣାଣୀ

ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ କାର୍ଯ୍ୟାଳୟର ରାଜୀବ ଗାନ୍ଧୀ ଭବନ ପ୍ରକୋଷ୍ଟରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସୁବର୍ଣ୍ଣପୁର ଜିଲାପାଳ ମନିଷା ବାନାର୍ଜୀ ଯୋଗଦେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଆସିଥିବା ୩୫୭ଟି ବିଭିନ୍ନ ପ୍ରକାର ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୩୪୯ଟି ବ୍ୟକ୍ତିଗତ ଅଭିଯୋଗ କରିଥିବା ବେଳେ ଗ୍ରୁପ୍‍ ଆକାରରେ ୮ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିରୁ ସହାୟତା ପାଇଁ ୫ଟି ଅଭିଯୋଗ ଆସିଥିଲା। ସେହିପରି ସୋନପୁର ସଦର ବ୍ଲକ ଛେପାପାଲି ଗ୍ରାମର ଲକ୍ଷ୍ମୀ ମେହେରଙ୍କ ୧୦ବର୍ଷିୟା ଝିଅର ଥାଲାସେମିଆ ରୋଗରେ ପିଡିତ ଥିବାରୁ ତାଙ୍କୁ ଚିକିତ୍ସା ସହାୟତା ପାଇଁ ରେର୍ଡକ୍ରସ ପାଣ୍ଠିରୁ ୫ହଜାର ଟଙ୍କା ପ୍ରଦାନ କରାଯାଇଛି। ତେବେ ଉପରୋକ୍ତ ସମୁଦାୟ ୩୫୭ଟି ଅଭିଯୋଗ ମଧ୍ୟରୁ ୧୮୬ଟି ଅଭିଯୋଗ ତୁରନ୍ତ ଫଇସଲା ହୋଇଥିଲା। ଏହି ଶୁଣାଣୀ ଶିବିରରେ ଜିଲା ଏସ୍‍.ପି ଦେବୀ ପ୍ରସାଦ ଦାଶ, ଉପଜିଲାପାଳ ବଳରାମ ମଲ୍ଲିକ, ତହସିଲଦାର ଅଲେଖ ଘୁଟା, ଡୁଙ୍ଗୁରିପାଲି ଡିଏଓ ଶ୍ରୀନିବାସ ମଲ୍ଳିକ, ବିଡିଓ ବିଶ୍ୱରଞ୍ଜନ ମଲ୍ଳିକ, ଏନଏସି ନିର୍ବାହୀ ଅଧିକାରୀ ଦୁଃଖିରାମ ନାଏକ, ବନ ବିଭାଗ ଅଧିକାରୀ ପ୍ରେମରାଜ ଧରୁଆ, କେନାଲ ଏସଡିଓ ବି.କେ ତ୍ରିପାଠୀ, ବିଦ୍ୟୁତ ଉପଖଣ୍ଡ ଅଧିକାରୀ ରଶ୍ମିରଂଜନ ଜେନା, ବିଏସ୍‍ଏସ୍‍ଓ ଅଶ୍ୱିନୀ ପାଣ୍ଡେ, ବିନିକା କୃଷି ଅଧିକାରୀ ଲୋଚନ ଚନ୍ଦ୍ର ମାଝୀଙ୍କ ସମେତ ଅବକାରୀ, ଜନସ୍ୱାସ୍ଥ୍ୟ, ଉଦ୍ୟାନ କୃଷି ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories