www.samajalive.in
Wednesday, December 10, 2025
18.1 C
Bhubaneswar

ଚାନ୍ଦିପୁଟ କଲେଜରେ ରେଡକ୍ରସ ତାଲିମ ଶିବିର ଅନୁଷ୍ଠିତ

ଚାନ୍ଦିପୁଟ: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ସ୍ଥିତ ଇନ୍ଦିରାସୃତି ସ୍ନାତକ ମହାବିଦ୍ୟାଳୟ ଠାରେ ଗତ ତିନି ଦିନ ଧରି ଚାଲିଥିବା ଜିଲା ସ୍ତରୀୟ ରେଡକ୍ରସ ପ୍ରଶିକ୍ଷଣ ଶିବିରର ସୋମବାର ଉଦଯାପନୀ ସମାରୋହ କରାଯାଇଛି ଓ ଓଡିଶା ଯୁବ ରେଡକ୍ରସ ଓ ସ୍ଥାନୀୟ ଇଣ୍ଡିଆନ ବ୍ୟଙ୍କର ମିଳିତ ଆନୁକୁଲ୍ୟରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ପ୍ରଥମ ଦିନରେ ଓଡିଶା ରାଜ୍ୟ ଯୁବ ରେଡକ୍ରସ ଅଫିସର ଡଃ ଅଜୟ କୁମାର ତ୍ରୀପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରିବା ସହ କାର୍ୟ଼୍ୟକ୍ରମ କୁ ଉଦଘାଟନ କରିଥିଲେ ଓ ଏଥିରେ ସମ୍ମାନୀତ ଅତିଥି ଭାବେ ଗଜପତି ଜିଲ୍ଲା ବିପର୍ୟ୍ୟୟ ପ୍ରସମନ ବିଭାଗୀୟ ଅଧିକାରିଣି ସତ୍ୟସଂପୁର୍ଣ୍ଣା ରାଉତ ଙ୍କ ସମେତ ରାଜ୍ୟ ଯୁବ ରେଡକ୍ରସ ପର୍ୟ୍ୟବେକ୍ଷକ ଡଃ ଲୋକନାଥ ମହାନ୍ତି , ଜିଲ୍ଲା ସଂପାଦକ ଡଃ ବିଘ୍ନେଶ୍ବର ମିଶ୍ର , ଜିଲ୍ଲା ସଂଯୋଜକ ଡଃ ପ୍ରଦୀପ୍ତ କୁମାର ଶଡଙ୍ଗୀ ପ୍ରମୁଖ ଯୋଗଦେଇଥିଲେ ଓ ଏଥିରେ ଯୁକ୍ତ ତିନି ଅଧ୍ୟକ୍ଷ ପୁର୍ଣ୍ଣ ଚନ୍ଦ୍ର ତ୍ରୀପାଠୀ ସଭାପତିତ୍ବ କରିଥିବା ବେଳେ ଅନୁଷ୍ଠାନର ଯୁକ୍ତ ଦୁଇ ଅଧ୍ୟକ୍ଷ ଡଃ କିଶୋର ଚନ୍ଦ୍ର ସାହୁ ଏବଂ ଇଣ୍ଡିଆନ ବ୍ୟଙ୍କ ଶାଖା ପରିଚାଳକ ଅମିତ କୁମାର ପୃଷ୍ଟି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଗଜପତି ଜିଲ୍ଲାର ୧୮ଟି ମହାବିଦ୍ୟାଳୟରୁ ମୋଟ ୧୬୦ଜଣ ସ୍ବେଚ୍ଚାସେବୀ ତାଲିମରେ ଭାଗ ନେଇଥିବା ବେଳେ ୧୭ ଜଣ ରେଡକ୍ରସ ପରାମର୍ଶଦାତାଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଥିଲା ଓ କାର୍ୟ୍ୟକ୍ରମର ପ୍ରଥମ ଦିନରେ ଡଃ ଅଜୟ କୁମାର ତ୍ରୀପାଠୀ ରେଡକ୍ରସର ଇତିହାସ ଓ ଭୁମିକା ବିଷୟରେ ତାଲିମ ଦେଇଥିବା ବେଳେ ଦିତୀୟ ଦିନରେ ଗଂଜାମ ଯୁରା ସ୍ନାତକ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ଅଧ୍ୟାପିକା ରଷାରାଣୀ ବ୍ରହ୍ମ ଯୋଗଦେଇ ବିଶ୍ବ ତାପନ ଓ ପରିବେଶ ସନ୍ତୁଳନ ବିଷୟରେ ବୁଝାଇଥିଲେ ଓ ଏହା ସହ ମୋହନା ଅଗ୍ନୀସମ ବିଭାଗ ଦ୍ବାରା କର୍ମଚାରୀ ମାନେ ଯୋଗଦେଇ ଆପତ କାଳିନ ପରିସ୍ଥିତିରେ ଉଦ୍ଦାର ଓ ଥଇଥାନ ବ୍ୟବସ୍ଥା ଉପରେ ତାଲିମ ପ୍ରଦାନ କରିଥିଲେ ଓ ଏହି ଅବସରରେ ସ୍ବେଚ୍ଚାସେବୀଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରାଙ୍କନ, ନାଚ, ଗୀତ ,ବକୃତା ପ୍ରତିଯୋଗିତା କରାଯାଇଥିଲା ଓ ତ୍ବତୀୟ ଦିନ ଅର୍ଥାତ ଆଜିର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗୀୟ ଅଧୀକାରୀ ଡଃ ଭି ,ନାରାୟଣ ରେଡ୍ଡି ଏବଂ ମୁଖ୍ୟ ବକ୍ତା ଭାବେ ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଯୋଗଦେଇଥିଲେ। ଏହାପରେ ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନେ କଲେଜରୁ ବାହାରି ଚାନ୍ଦିପୁଟ ନଗର ପରିକ୍ରମା କରି ବାଜାବଜେଇ ପଥପ୍ରାନ୍ତ ନାଟକ କରିବା ସହ ପ୍ଲାକାର୍ଡ , ବ୍ୟାନାର ଧରି ବିଭିନ୍ନ ସଚେତନତା କରିଥିଲେ। ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories