ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ପ୍ରକ୍ରିୟା ଚାଲୁ ରହିଛି। ମହାରାଷ୍ଟ୍ରରେ ୬ଟା ସୁଦ୍ଧା ୫୫.୩୯ପ୍ରତିଶତ ମତଦାନ ହୋଇଛି। ସେହିପରି ହରିୟାଣାରେ ୬୧.୩୯ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ରରେ ୨୨୨ଟି ଆସନ ଓ ହରିୟାଣାରେ ୯୦ଟି ଆସନ ପାଇଁ ନିର୍ବାଚନ ହେଉଛି । ମହାରାଷ୍ଟ୍ରରେ ୨୮୮ ଆସନରେ ମୋଟ ୩୨୩୭ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭୋଟରଙ୍କ ପାଇଁ ୬୬ ହଜାର ୬୬୧ ବୁଥ କରାଯାଇଥିଲା। ରାଜ୍ୟର ପ୍ରାୟ ୮କୋଟି ୯୦ ଲକ୍ଷ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଥିବାବେଳେ ହରିୟାଣାରେ ୯୦ ବିଧାନସଭା କ୍ଷେତ୍ରରେ ୧ କୋଟି ୮୦ ଲକ୍ଷ ଭୋଟର ୧୧୬୮ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ।
Popular Categories



