www.samajalive.in
Saturday, December 6, 2025
19.1 C
Bhubaneswar

ଭିନ୍ନକ୍ଷମ ନାବାଳକଙ୍କୁ ଭତ୍ତା ମିଳିବ କେବେ?

ବଙ୍ଗୋମୁଣ୍ଡା : ସରକାରୀ ଯୋଜନାରୁ ବଞ୍ଚିତ ଭିନ୍ନକ୍ଷମ ନାବାଳକ ଯୁବକ। ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ବେ ସରକାରୀ ଯୋଜନା ପହଞ୍ଚିପାରିନାହିଁ। ସରକାର ସାମଜିକ ସଶକ୍ତୀକରଣ ଓ ସୁରକ୍ଷା ପାଇଁ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଆଦି କାର୍ଯ୍ୟକାରୀ ହେଉଛି। ତଥାପି ଏହି ଯୋଜନା ଅନେକ ଲୋକଙ୍କ ପାଖରେ ପହଞ୍ଚିପାରି ନାହିଁ। ବ୍ଲକର ଅଲଣ୍ଡା ପଞ୍ଚାୟତର ପଣ୍ଡରିପାଣି ଗ୍ରାମର ଦେସରାଜ ମହାନନ୍ଦ। ବୟସ ୧୭ ବର୍ଷ। ଗୋଡ ଅଚଳ ଯୋଗୁଁ ଚାଲିବୁଲି ପାରୁ ନାହାନ୍ତି। ବାରମ୍ବାର ଆବେଦନ ସତ୍ତ୍ବେ ତାଙ୍କୁ ଭତ୍ତା ଖଣ୍ଡକ ମିଳିପାରି ନାହିଁ। ୨୦୦୯ ମସିହାରୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଥିଲେ ମଧ୍ୟ ଅଦ୍ୟାବଧି ବାରମ୍ବାର ଆବେଦନ ସତ୍ତ୍ବେ ଭତ୍ତା ନ ପାଇବା ସରକାରୀ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦେସରାଜ ମହାନନ୍ଦ ୨୦୧୭ ମସିହାରେ ଟ୍ରାଇ ସାଇକେଲ ପାଇଥିଲେ ମଧ୍ୟ ଭତ୍ତା ଖଣ୍ଡକ ଦେବା ପାଇଁ ପ୍ରଶାସନ ଭୁଲିଯିବା ଅତ୍ୟନ୍ତ ପରିତାପର ବିଷୟ। ଟ୍ରାଇ ସାଇକେଲ ନ ହେଲେ କୁଆଡେ ଯାଇପାରନ୍ତି ନାହିଁ। ଗତ ବର୍ଷ ମାଁଙ୍କ ମୃତ୍ୟୁ ପରେ ମାଟ୍ରିକ ଶ୍ରେଣୀରୁ ଅଧାରେ ପାଠ ଛାଡି ଦେଇଥିଲେ। ବାରମ୍ବାର ପ୍ରଶାସନଠାରେ ଭତ୍ତା ପାଇଁ ହାରି ଗୁହାରୀ କଲା ପରେ ମଧ୍ୟ ଭତ୍ତା ପାଇନାହାନ୍ତି। ସରକାରଙ୍କ ଯୋଜନା କାହା ପାଇଁ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଭତ୍ତା ପ୍ରଦାନ କରିବା ପାଇଁ ଦାବି ହେଉଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories