www.samajalive.in
Friday, December 12, 2025
27.1 C
Bhubaneswar

ଚିନ୍ତା ବଢାଇଲେଣି ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ

ବଲାଙ୍ଗିର :କିଛି ଦିନ ତଳେ ଦେଓଗାଁ ବ୍ଲକ ଅଞ୍ଚଳରେ ପାଣି ଟାଙ୍କ କାମ କରୁଥିବା ଦୁଇଜଣ ବାଙ୍ଗଲାଦେଶୀ ୩୩କେଭି ତାରରେ ବିଦ୍ୟୁତ ହୁକ୍ କରୁଥିବା ବେଳେ ପ୍ରାଣ ହରାଇଥିଲେ। ଏହା ପ୍ରଥମ ଘଟଣା ନଥିଲା, ବିଦ୍ୟୁତ ଖୁଣ୍ଟରେ ଠିକା କାମ କରୁଥିବା ଅନ୍ୟଜଣେ ବାଙ୍ଗଲାଦେଶୀ ଯୁବକଙ୍କର ମଧ୍ୟ ଅନୁରୂପ ଭାବେ ପୂର୍ବରୁ ଏହି ବ୍ଲକ ଅଞ୍ଚଳରେ ପ୍ରାଣ ଯାଇଥିଲା। ଏତେ ସଂଖ୍ୟକ ବାଙ୍ଗଲାଦେଶୀ ବଲାଙ୍ଗିରରେ କେମିତି ବୋଲି ପ୍ରଶ୍ନ ଉଙ୍କି ମାରିବା ସୁନିଶ୍ଚିତ।

କେନ୍ଦ୍ର ସରକାର ମଧ୍ୟ ବାଙ୍ଗଲାଦେଶୀ ଅନୁପ୍ରବେଶକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏଥିପ୍ରତି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିଲେ। ସେମାନେ ଭୋଟର ପରିଚୟପତ୍ର, ନିର୍ବାଚନରେ ଭାଗ ନେବା ସହ ଆଧାର ସଂଯୋଗୀକରଣ ମଧ୍ୟ ହୋଇସାରିଲେଣି। ତେଣୁ ସେମାନଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦୃଢକ୍ତି ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଭଳି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ମଧ୍ୟ ବାଙ୍ଗଲାଦେଶୀଙ୍କ ଅନୁପ୍ରବେଶ ରହିଛି। ରାଉରକେଲାରେ ମଧ୍ୟ ଅନୁରୂପ ଭାବେ ବାଙ୍ଗଲାଦେଶୀ ଦୌରାତ୍ମ ରହିଛି। ମୂଳତଃ ସେମାନେ ବାଙ୍ଗଲାଦେଶୀ ହୋଇଥିବା ବେଳେ ପରିଚୟ ମାଗିଲେ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳ ବୋଲି କହୁଛନ୍ତି। ଏହାକୁ ନେଇ ଏବେ ବିବାଦ ଦେଖା ଦେଲାଣି। ତେବେ ବଲାଙ୍ଗିର ଜିଲା ମଧ୍ୟ ବାଙ୍ଗଲାଦେଶୀଙ୍କ ପ୍ରଦୁର୍ଭାବରୁ ବାଦ୍ ପଡି ନାହିଁ।

- Advertisement -

କିଛି ବର୍ଷ ତଳେ ବାଙ୍ଗଲାଦେଶୀମାନେ ବଲାଙ୍ଗିର ଅଭିମୁଖେ ଆସିଥିଲେ। ଘର କାମ ଆଦି ଠିକା ନେବା ସହ ଦିନ ରାତି ମେହନତ କରି କାମ କରିଦେଉଥିଲେ। ଫଳରେ ସ୍ଥାନୀୟ ମିସ୍ତ୍ରୀଙ୍କ ତୁଳନାରେ ସେମାନଙ୍କ ଆଦୃତି ବଢିଥିଲା। ଅଧିକରୁ ଅଧିକ ବାଙ୍ଗଲାଦେଶୀ ବଲାଙ୍ଗିର ମୁହାଁ ହୋଇଥିଲେ। ଘର, କୋଠା କାମ କରିବା ସହ ଏଠାରେ ଭଡ଼ା ନେଇ ରହିବା ଆରମ୍ଭ କଲେଣି। ଏଭଳି କି ବଡ ବଡ ପ୍ରକଳ୍ପ ମଧ୍ୟ ଠିକାରେ ନେଇ ବାଙ୍ଗଲାଦେଶୀମାନେ କାମ କରୁଛନ୍ତି। ଉପକୂଳବର୍ତ୍ତୀ ଜିଲାରେ ମାଛ ମାରିବାକୁ, ମାଛ ଚାଷ କରିବାକୁ ଆସୁଥିବା ବାଙ୍ଗଲାଦେଶୀମାନେ ପତିଆରା ବିସ୍ତାର କରି ନିଜର ଆଧିପତ୍ୟ ଜାହିର କରିଥିଲେ, ସେହିପରି ବଲାଙ୍ଗିର ଜିଲାରେ ମଧ୍ୟ ବାଙ୍ଗଲାଦେଶୀମାନେ ସେମାନଙ୍କ ସ୍ଥିତି ଜାହିର କରିବାକୁ ବସିଲେଣି। ପୂର୍ବରୁ ଇରାନୀମାନେ ବଲାଙ୍ଗିର ଆସିବା ସହ ଏଠାରେ ଶରଣାର୍ଥୀ ଭାବେ ରହିଥିଲେ। ପରେ ପରେ ବ୍ୟବସାୟ ଆରମ୍ଭ କରିଥିଲେ। ଧୀରେ ଧୀରେ ଇରାନୀଙ୍କ ସଂଖ୍ୟା ମଧ୍ୟ ଜିଲାରେ ବଢୁଛି। ବଲାଙ୍ଗିର ଜିଲାରେ ବର୍ତ୍ତମାନ କେତେ ବାଙ୍ଗଲାଦେଶୀ ଅଛନ୍ତି ତାର ହିସାବ କାହା ପାଖରେ ନାହିଁ। ତେଣୁ ଏବେଠୁ ସାବଧାନ ନହେଲେ ଭବିଷ୍ୟତରେ ବାଙ୍ଗଲାଦେଶୀମାନେ ବଲାଙ୍ଗିର ପାଇଁ ବିପଦ ସାବ୍ୟସ୍ତ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଉଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories