www.samajalive.in
Sunday, December 7, 2025
14.1 C
Bhubaneswar

ବାଂଲାଦେଶୀଙ୍କ ପ୍ରେମରେ ପଡ଼ି ଘର ଛାଡ଼ିଲେ ଅଜୟ

ମୋରାଦାବାଦ: ସୀମା ହାଇଦର ମାମଲା ଭଳି ଅନ୍ୟ ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମୋରାବାଦଠାରେ। ବାଂଲାଦେଶୀ ମହିଳା ଜୁଲି ଅଖତର ସାମାଜିକ ଗଣମାଧ୍ୟମ ଜରିଆରେ ମୋରାଦାବାଦର ଅଜୟ ସିଂହଙ୍କୁ ଭଲ ପାଇବସିଥିଲେ। ଏଠାକୁ ଆସି ସେ ଅଜୟଙ୍କୁ ବିବାହ ସହ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ପରେ ଭିସା ନବୀକରଣ ଆଳରେ ଅଜୟଙ୍କୁ ନେଇ ବାଂଲାଦେଶ ଯାଇଥିଲେ। ସେଠାରୁ ଅଜୟଙ୍କ ରକ୍ତାକ୍ତ ଶରୀରର ଫଟୋ ତାଙ୍କ ମା’ଙ୍କ ନିକଟକୁ ପଠାଇବା ପରେ ପରିବାର ବର୍ଗ ଚିନ୍ତାରେ ପଡ଼ିଛନ୍ତି। ଅଜୟଙ୍କ ମା’ ସୁନିତାଙ୍କ କହିବାନୁସାରେ ତିନି ମାସ ପୂର୍ବେ ଜୁଲି ନିଜର ୧୧ବର୍ଷିୟା ଝିଅ ହାଲିମା ସହ ଏଠାକୁ ଆସିଥିଲେ। ପରେ ହିନ୍ଦୁତ୍ବ ଗ୍ରହଣ ସହ ଅଜୟଙ୍କୁ ବିବାହ କରିଥିଲେ।

ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/seema-haidar-case-2/483162.html

- Advertisement -

ପ୍ରାୟ ୧୫ ଦିନ ରହିବା ପରେ ସେ ଭିସା ନବୀକରଣ ଆଳରେ ବାଂଲାଦେଶ ଯାଇଥିଲେ। ସେତେବେଳେ ଅଜୟ ସୁନିତାଙ୍କୁ ଫୋନ୍‌ କରି ଭୁଲ୍‌କ୍ରମେ ଭାରତ ସୀମା ଅତିକ୍ରମ କରି ବାଂଲାଦେଶରେ ପ୍ରବେଶ କରିଥିବା କହିଥିଲେ। ଗତ ୧୫ ତାରିଖରେ ଅଜୟଙ୍କ କ୍ଷତବିକ୍ଷତ ଶରୀରର ଫଟୋ ଦେଖି ସୁନିତା ଭୟଭୀତ ହୋଇପଡ଼ିଥିଲେ। ମଙ୍ଗଳବାର ସେ ଏ ନେଇ ପୁଲିସର ଆଶ୍ରୟ ନେଇଛନ୍ତି। ଅଦ୍ୟାବଧି ଅଜୟଙ୍କ ସନ୍ଧାନ ମିଳିନାହିଁ। ତାଙ୍କୁ ଫେରାଇ ଆଣିବା ପାଇଁ ସୁନିତା ନିବେଦନ କରିଛନ୍ତି। ଅପରପକ୍ଷରେ ଅଜୟ ସ୍ବଇଚ୍ଛାରେ ବାଂଲାଦେଶ ଯାଇଛନ୍ତି ଓ ଗାଜିପୁରସ୍ଥିତ ଜୁଲିଙ୍କ ଘରେ ଭଲରେ ଅଛନ୍ତି ବୋଲି କହିଥିବା ପୁଲିସ ସୂତ୍ରରୁ ପ୍ରକାଶ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories