www.samajalive.in
Saturday, December 6, 2025
26.1 C
Bhubaneswar

କାନ୍ଥ ଭୁଷୁଡି ବୃଦ୍ଧା ମୃତ

ବାଣପୁର: ଲଗାଣ ବର୍ଷାରେ ମାଟି କାନ୍ଥ ଭୁଷୁଡି ପଡିବାରୁ କାନ୍ଥ ତଳେ ଚାପି ହୋଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି ଖାରିଆ ପଲ୍ଲୀ ଗ୍ରାମର ଶ୍ରୀମତି ଶବର (୮୦)। ବାଣପୁର ବ୍ଳକର ଆଦିବାସୀ ଅଧ୍ୟୁଷିତ ନିଳାଦ୍ରୀ ପ୍ରସାଦ ପଞ୍ଚାୟତର ଖାରିଆପଲ୍ଳୀ ଗ୍ରାମରେ ଏକ ଝାଟିମାଟି ଚାଳ ଘରେ ଶ୍ରୀମତି ଏକାକୀ ରହୁଥିଲେ। ଗୁରୁବାର ରାତି ତମାମ୍ ସ୍ଥାନୀୟ ଅଞ୍ଚଳରେ ବର୍ଷା ଲାଗି ରହିଥିଲା। ଫଳରେ ଘରର ମାଟି କାନ୍ଥଟି ବର୍ଷାରେ ବତୁରି ରାତି ଅଧରେ ଭୁଷୁଡି ଶ୍ରୀମତିଙ୍କ ଉପରେ ଖସି ପଡିଥିଲା। ତେବେ କାନ୍ଥ ଭୁଷୁଡିବା ଶବ୍ଦ ଶୁଣି ମଧ୍ୟ ଲଗାଣ ବର୍ଷା ଓ ଗାଁରେ ହାତୀ ପଶିଥିବା ସନ୍ଦେହ କରି କୈାଣସି ଗ୍ରାମବାସୀ ଘରୁ ବାହାରି ନଥିଲେ। ସକାଳେ ଶ୍ରୀମତି ଶବର କାନ୍ଥ ତଳେ ଚାପି ହୋଇ ପଡିଥିବା ଗ୍ରାମବାସୀ ଦେଖିପାରି ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାଟି ହଟାଇ ଶ୍ରୀମତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେତେ ବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ବର୍ଷା ଦିନେ ଏମିତି ଚଲାନ୍ତୁ ଏସି ; ଖୁବ୍‌ କମ୍‌ ଆସିବ ବିଜୁଳି ବିଲ୍‌..

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories