ବଣାଇ : ବଣାଇ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଉପର ବାହାଳ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ବାଇକଟି ଟ୍ରକ ଚକ ତଳେ ଚାପି ହୋଇ ରହିଥିବା ବେଳେ ଘଟଣା ସ୍ଥଳରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
ଆଜି ଅପରାହ୍ନ ୩ଟା ସମୟରେ ଏକ ବାଇକ ଯୋଗେ ଜଣେ ମହିଳା ଓ ପୁରୁଷ ଦରେଇକେଳା ଆଡକୁ ଯାଉଥିବା ବେଳେ ଏକ ଟ୍ରକ ସହ ଧକ୍କା ହେବା ଫଳରେ ବାଇକରେ ଥିବା ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ନାମ ପ୍ରଦୀପ ମୁଣ୍ଡା ଘର ହାତିବାହାଲ ବୋଲି ଜଣାପଡି ଥିବାବେଳେ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ବିକ୍ଷୋଭ ଜାରି ରଖିଛନ୍ତି। ଘଟଣାସ୍ଥଳରେ ବଣାଇଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



