www.samajalive.in
Thursday, December 11, 2025
14.1 C
Bhubaneswar

ମଦ ମାଫିଆଙ୍କ ତୀରମାଡ଼ରେ ଟେନସା ଫାଣ୍ଡି ଅଧିକାରୀ ଗୁରୁତର

ବଣାଇ: ବଣାଇ ଉପଖଣ୍ଡ ଲହୁଣିପଡା ଥାନା ଅନ୍ତର୍ଗତ ଟେନସା ଫାଣ୍ଡି ପୁଲିସ ମଦ ଧରିବା ମହଙ୍ଗା ପଡ଼ିଛି। ଆଜି ଅପରାହ୍ନରେ ଫାଣ୍ଡି ଅଧିକାରୀ ଅଶୋକ ବେହେରା ମଦ ଧରପଗଡ କରିବାକୁ ଯାଇଥିବାବେଳେ ତାଙ୍କ ଉପରକୁ ତୀରମାଡ ହେବା ଫଳରେ ସେ ଗୁରୁତର ହୋଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ଟେନସା ଫାଣ୍ଡି ଅନ୍ତର୍ଗତ ଜିରୋ ପଏଣ୍ଟ ହାଟିଂରେ କିଛି ଲୋକ ଦେଶୀ ମହୁଲି ମଦ ବିକ୍ରି କରିଥାନ୍ତି।ଏଥିପାଇଁ ପାଖ ଆଖ ଅଞ୍ଚଳରେ ମଦୁଆ ମତୁଆଲଙ୍କ ଦୌରାତ୍ମ୍ୟ ଯୋଗୁଁ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାଏ।ଏଥିପାଇଁ ଆଜି ସକାଳେ ଫାଣ୍ଡି ଅଧିକାରୀ ସବଇନ୍ସପେକ୍ଟର ଶ୍ରୀ ବେହେରା ସେଠାରେ ପହଞ୍ଚି ମଦ ବିକୁଥିବା ଲୋକଙ୍କୁ ମଦ ବିକ୍ରି ବନ୍ଦ କରିବା ପାଇଁ ତାଗିଦ କରିଆସିଥିଲେ। ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ପୁନର୍ବାର ସେଠାରେ ପହଞ୍ଚି ମଦ ବିକ୍ରି ଉପରେ ଧରପଗଡ ଆରମ୍ଭ କରିଥିଲେ। ହଠାତ ଏହି ସମୟରେ ଜଣେ ଆଦିବାସୀ ଯୁବକ ତୀରମାଡ କରିଥିଲେ। ତୀରଟି କ୍ଷୀପ୍ର ଗତିରେ ଆସି ଶ୍ରୀ ବେହେରାଙ୍କ ବାମ ପଟ ପଞ୍ଜରା ନିକଟରେ ଏହା ପଶିଯାଇଥିଲ।। ସେ ଗୁରୁତର ଅବସ୍ଥାରେ ତଳେ ପଡ଼ିଯିବା ପରେ ତାଙ୍କ ସହକର୍ମୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଟେନସା ସେଲ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାଉରକେଲାକୁ ପଠାଯାଇଛି। ସେଠାରେ ତାଙ୍କର ଅସ୍ତ୍ରୋପଚାର କରି ତୀରକୁ ବାହାର କରାଯିବା ସହିତ ସେ ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ବଣାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୟେଦ ମୁଜିବୁର ରେହମାନ ଏବଂ ଲହୁଣିପଡା ଥାନା ଅଧିକାରୀ ସନ୍ତୋଷ ଜେନା ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନ ଭିନ କରୁଥିବା ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories