www.samajalive.in
Tuesday, December 9, 2025
26.1 C
Bhubaneswar

ସୁନ୍ଦରଗଡ଼ରେ ସର୍ବଦଳୀୟ ବୈଠକ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପ୍ରତିନିଧି ଦଳ

ସୁନ୍ଦରଗଡ଼: ଆଜି ପୁଣି ସୁନ୍ଦରଗଡ଼ର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସଚେତନ ନାଗରିକ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଏକ ହୋଇ ବୈଠକ କରିବା ଶାସକ ଦଳରେ ହଡ଼କମ୍ପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦୀର୍ଘ ବର୍ଷ ଧରି ଶାସନ କ୍ଷମତାରେ ରହିଥିଲେ ହିଁ ସୁନ୍ଦରଗଡ଼ର ପ୍ରମୁଖ ସମସ୍ୟାର ସମାଧାନ ହୋଇ ନ ପାରିବା ଉଦ୍‍ବେଗର ବିଷୟ ବୋଲି ସମସ୍ତଙ୍କ ହୃଦବୋଧ ହୋଇଛି। ସୂତରାଂ ଏକ ହେଲେ ଅଞ୍ଚଳର ବିକାଶ, ଅନ୍ୟଥା ବିନାଶ ବୋଲି ମତ ପ୍ରକାଶ ପାଇଛି।

ଆଜି ସ୍ଥାନୀୟ ସଦଭାବନା ଭବନରେ ସୁନ୍ଦରଗଡ଼ର ପ୍ରମୁଖ ସମସ୍ୟାର ସମାଧାନ ଓ ବିକାଶକୁ ନେଇ ବିଧାୟିକା କୁସୁମ ଟେଟେଙ୍କ ଦ୍ୱାରା ଆହୁତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟିକା ଟେଟେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେବା ସହ ବିଧାୟିକା ହେବା ଦିନରୁ ମୁଖ୍ୟତଃ ଏହି ୩ଟି ସମସ୍ୟା ଇବ ନଦୀରେ ବ୍ୟାରେଜ, ରିଂରୋଡ଼ ଓ ଏନଟିପିସି ମେଡିକାଲ କଲେଜକୁ ଏମ୍ସର ଦ୍ୱିତୀୟ କ୍ୟାମ୍ପସ ଭାବେ ବିଧିବଦ୍ଧ ଘୋଷଣା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ସମେତ ଜିଲା ପ୍ରଶାସନ ପାଖରେ ବାରମ୍ବାର ଦାବି ହୋଇ ଆସୁଥିଲେ ହିଁ ଏହାର ସୁଫଳ ମିଳିନାହିଁ। ତେଣୁ ସର୍ବଦଳୀୟ ବୈଠକର ଆବଶ୍ୟକତା ଓ ମୁଖ୍ୟ ଉଦ୍ଦେଶ୍ୟ ସୁନ୍ଦରଗଡ଼କୁ ସୁନ୍ଦର କରିବାର ସମ୍ମିଳିତ ପ୍ରୟାସ ନେଇ ଆଗାମୀ ଦିନରେ ସଂଗ୍ରାମ ଓ ଆପଣମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ହିସାବରେ ଯାହା ଆଦେଶ ଦେବେ ମୁଁ ସେ ହିସାବରେ କାର୍ଯ୍ୟ କରିବି ବୋଲି ମତ ଦେଇଥିଲେ।

- Advertisement -

ବରିଷ୍ଠ ଆଇନଜୀବୀ ଅଶୋକ ଦାସ ଯେତେବେଳେ ସୁନ୍ଦରଗଡ଼ବାସୀ ସର୍ବଦଳୀୟ ହୋଇ ସଂଗ୍ରାମ କରିଛନ୍ତି ସେତେବେଳେ ସୁଫଳ ମିଳିଛି। ରାଜନୀତିର ଉର୍ଦ୍ଧରେ ରହି ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କଲେ ଆଗେ ସଫଳ ହେବା ବୋଲି ମତଦେଇଥିଲେ। ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ହରଜିନ୍ଦର ସିଂ ଓ ଜିଲା ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଭବାନୀ ମାଝୀ ଜିଲା ଖଣିଜ ପାଣ୍ଠିର ବ୍ୟାପକ ଭାବେ ଅନ୍ୟ ଜିଲାରେ ଖର୍ଚ୍ଚ ହେଉଛି ଓ ଯେଉଁ ମହତ ଉଦ୍ଦେଶ୍ୟ ରଖି ଏହି ପାଣ୍ଠି ଗଠନ କରାଯାଇଥିଲା ତାହା ଲକ୍ଷ୍ୟଚ୍ୟୁତ ହେଉଛି ବୋଲି ମତ ଦେଇ ପାଣ୍ଠିର ସଦଉପଯୋଗ ଓ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଇଥିବା ବେଳେ ବିଜେଡ଼ି ଜିଲା ସଂପାଦକ ଜନ୍ମେଜୟ ମହାପାତ୍ର ମଧ୍ୟ ସୁନ୍ଦରଗଡ଼ର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୌରାଧ୍ୟକ୍ଷ ବେଣୁଧର ତାଣ୍ଡିଆ, ଜିଲା ଓକିଲ ସଂଘର ସଭାପତି କମଳ ଲୋଚନ ସେନ, ଜିଲା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀ, ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ, ଯୁବନେତା ଅଜୟ ପଟେଲ, ଟାଉନ ସଭାପତି ସୁରେନ୍ଦ୍ର ଭିତିରିଆ, ଗୋପ ମହାନ୍ତି, ବରିଷ୍ଠ ନାଗରିକ ସଂଘର ସଭାପତି ହିମାଂଶୁ ଶେଖର ଗୁରୁ, ପ୍ରଫୁଲ ସୁନ୍ୟାନୀ, ପ୍ରଦୀପ ସିଂ, କୃଷକ ମୋର୍ଚ୍ଚା ସଂପାଦକ ସୁନିଲ ମହାପାତ୍ର, ବରିଷ୍ଠ ନେତା ଜୟନାରାୟଣ ତ୍ରିପାଠୀ, ଅନିଲ ମହାପାତ୍ର, ସମାଜସେବୀ ସିଦ୍ଧାନ୍ତ ପଣ୍ଡା, ଇଂ.ଦିଲୀପ ପଟେଲ, କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ପ୍ରଭାତ ଭୋଲ, ପ୍ରଦୀପ ଭୋଲ, ଆଇନଜୀବୀ ପ୍ରଦୀପ ମହାନ୍ତି, ଡା.ହିମାଂଶୁ ଷଡ଼ଙ୍ଗୀ, ଡା.ନାରାୟଣ ପଟେଲ, ଯଶୋବନ୍ତ ନାଏକ, ବିଶ୍ୱଜିତ ତନ୍ତୀ, ହରେକୃଷ୍ଣ ମିଶ୍ର, ଦେବେନ ଅମାତ, ଶିବଶଙ୍କର ଭିତରିଆ, ସତିଶ ପଟେଲ, ଉମେଶ ପୋଦାର ସମେତ ବରିଷ୍ଠ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।

ସଭାକୁ ବିଜେପି ନେତା ସୁରେନ୍ଦ୍ର ସ୍ୱର୍ଣ୍ଣକାର ସଂଚାଳନ କରିଥିବା ବେଳେ ଖୁବ ଶୀଘ୍ର ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ସହରର ସଚେତନ ନାଗରିକଙ୍କୁ ନେଇ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ପାର୍ଲାମେଣ୍ଟ ଚାଲୁଥିବା ବେଳେ ଏହି କମିଟିର ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଧାନସଭା ଚାଲୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସୁନ୍ଦରଗଡ଼ର ସମସ୍ୟା ସଂପର୍କରେ ଅବଗତ କରାଯିବା ସହ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯିବାର ସ୍ଥିରିକୃତ ହୋଇଛି।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories