www.samajalive.in
Wednesday, December 10, 2025
16.1 C
Bhubaneswar

ବାଲିଆପାଳ ପଞ୍ଚାୟତ ସମିତିର ସ୍ବତନ୍ତ୍ର ବୈଠକ: ରକ୍ତ ରଞ୍ଜିତ ହେଲା ସଭାଗୃହ, ରଣକ୍ଷେତ୍ର ପାଲଟିଲା ବ୍ଲକ ପରିସର

ବାଲିଆପାଳ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିକଶିତ ଗାଁ ବିକଶିତ ଓଡିଶା ପାଇଁ ଫେବୃୟାରୀ ୧୪ତାରିଖରେ ପ୍ରତି ପଞ୍ଚାୟତରେ ଗ୍ରାମସଭା ମାଧ୍ୟମରେ ଆସିଥିବା ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ପାଇଁ ଆଜି ବାଲିଆପାଳ ବ୍ଲକ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତିର ଏକ ସ୍ବତନ୍ତ୍ର ବୈଠକ ଆହ୍ଵାନ କରାଯାଇଥିଲା। ପଞ୍ଚାୟତ ସମିତିର ଅଧ୍ୟକ୍ଷା ରଞ୍ଜିତା ନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ବୈଠକରେ ସାଂସଦଙ୍କ ପ୍ରତିନିଧି ଭାବରେ ବିଜେପି ନେତା ରବିନ୍ଦ୍ର ନାଥ ଅଣ୍ଡିଆଙ୍କ ଉପସ୍ଥିତିକୁ ଗୃହରେ ଉପସ୍ଥିତ ଥିବା ବିଜୁ ଜନତା ଦଳର ସମର୍ଥିତ ଜିଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତି ସଦସ୍ୟ ସାଂସଦଙ୍କ ଚିଠି ଦେଖାଇବାକୁ ଜିଦ ଧରି ଶ୍ରୀ ଅଣ୍ଡିଆଙ୍କୁ ବିରୋଧ କରିଥିଲେ। ବିଡିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ବିଡିଓ ଶରତ କୁମାର ମୁଦୁଲି ସାଂସଦ ମୋବାଇଲରେ ମେସେଜ ମାଧ୍ୟମରେ ଶ୍ରୀ ଅଣ୍ଡିଆ ତାଙ୍କର ପ୍ରତିନିଧି ଭାବରେ ଆଜିର ବୈଠକରେ ଯୋଗଦେବେ ବୋଲି ଜଣାଇଥିବା ଉପସ୍ଥିତ ସଦସ୍ୟମାନଙ୍କୁ ଜଣାଇଥିଲେ। ମାତ୍ର ବିଜେଡି ସମର୍ଥିତ ପିଆରଆଇ ମେମ୍ବର ମାନେ ଶ୍ରୀ ଅଣ୍ଡିଆଙ୍କୁ ବିରୋଧ କରି ସାଂସଦଙ୍କ ଚିଠି ନ ଦେଖାଇଲେ ସେ ବୈଠକରେ ଅଂଶଗ୍ରହଣ କରିପାରିବେନି ବୋଲି ଦୀର୍ଘ ସମୟ ଜିଦ ଧରି ହଟ୍ଟଗୋଳ କରିଥିଲେ।

ଏହି ସମୟରେ ଜଗତିପୁର ପଞ୍ଚାୟତର ସମିତି ସଦସ୍ୟ ଶାନ୍ତନୁ ମହାପାତ୍ର ଅତିରିକ୍ତ ବିଡିଓ ଓ ଅଧ୍ୟକ୍ଷାଙ୍କୁ ବୈଠକରେ ଏଭଳି ହଟ୍ଟଗୋଳ ଚାଲିବ ନା ବୈଠକ ହେବ ପଚାରିବା ପାଇଁ ଯାଉଥିବା ବେଳେ ୨୨ନଂ ଜୋନ ଜିଲା ପରିଷଦ ସଦସ୍ୟ ନିଶାକର ସେଠୀ ଜଗତିପୁର ସମିତି ସଦସ୍ୟ ଶାନ୍ତନୁ ମହାପାତ୍ରଙ୍କୁ ଧକ୍କା ଏବଂ ମୁଥ ମାରିଥିଲେ। ଯାହାକୁ ନେଇ ଗୃହରେ ଉପସ୍ଥିତ ଥିବା ସରପଞ୍ଚ ଓ ସମିତି ସଦସ୍ୟମାନେ ହୋହାଲ୍ଲା କରିଥିଲେ। ଏହି ସମୟରେ କୈାଣସି ଜଣେ ପିଆରଆଇ ମେମ୍ବର ଚେୟାର ଫୋପାଡି ଥିଲେ। ଯାହା ଡଗରା ସରପଞ୍ଚ ସତ୍ୟାନନ୍ଦ ମହାନ୍ତିଙ୍କ ମୁଣ୍ଡରେ ବାଜିଥିଲା। ଶ୍ରୀ ମହାନ୍ତିଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

- Advertisement -

ଖବର ପାଇ ବାଲିଆପାଳ ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ଓ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ଏବଂ ଆଜିର ଏହି ସ୍ବତନ୍ତ୍ର ବୈଠକକୁ ବନ୍ଦ କରିଦିଆଯାଇଛି। ଏହି ଖବର ପ୍ରଚାରିତ ହେବାପରେ ବିଜେପି ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ କିଛି ସମୟ ପାଇଁ ବ୍ଲକ ପରିସର ଏକ ପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ବାଲିଆପାଳ ଥାନାରେ ଏତଲା ଦିଆଯାଇଛି। ବସ୍ତା ଏଡିପିଓ ମାନସ କୁମାର ଦେଓ ବାଲିଆପାଳ ଥାନାରେ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି।

ଜିଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଡ. ମଧୁସ୍ମିତା ସାମନ୍ତରାୟ ବାଲିଆପାଳ ବ୍ଲକରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି।ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସାଧାରଣ ନିର୍ବାଚନ ପରେ ବାଲିଆପାଳ ବ୍ଲକ ପାଇଁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କର ପ୍ରତିନିଧି ଭାବରେ କାହାକୁ ନିଯୁକ୍ତ କରି ନଥିଲା ବେଳେ ଆଜି ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ ପାଇଁ ତରବରିଆ ଭାବରେ ମୋବାଇଲ ମାଧ୍ୟମରେ ଶ୍ରୀ ଅଣ୍ଡିଆଙ୍କ ନାମ ସୁପାରିଶ କରିବା ପଛରେ ରହସ୍ୟ କଣ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ତାଛଡା ଗତ ଫେବୃୟାରୀ ୨୫ତାରିଖ ଦିନ ସମସ୍ତ ପିଆରଆଇ ମେମ୍ବରମାନେ ଗୋଟିଏ ଟିମ ହୋଇ ମିଡ଼ିଆ ଟିମ ବିପକ୍ଷରେ କ୍ରୀକେଟ ମ୍ୟାଚ ଖେଳୁଥିବା ବେଳେ ତିନି ଦିନ ପରେ ନିଜ ନିଜ ଭିତରେ ହାତାହାତି ହେବା ଘଟଣାରେ ରାଜନିତି ପାଇଁ ବାଲିଆପାଳର ଭାଇଚାରା ନଷ୍ଟ ହେଉଥିବା ନେଇ ବୁଦ୍ଧିଜୀବିମାନେ ଘୋର ଉଦବେଗ ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories