www.samajalive.in
Monday, December 8, 2025
27.1 C
Bhubaneswar

ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

ସମ୍ବଲପୁର : ସମ୍ବଲପୁର ପୋକ୍ସୋ ଅଦାଲତ ବିଚାରପତି ରୋହିତ ଲାଲ ପଣ୍ଡାଙ୍କ ଦ୍ୱାରା ଏକ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି। ୨୦୧୯ ମସିହାରେ ଶାସନ ଥାନା ଅନ୍ତର୍ଗତ ଅଞ୍ଚଳରେ ନାବାଳିକା ଅନ୍ୟ ଏକ ଗ୍ରାମରୁ ପାଠ ପଢ଼ି ଫେରୁଥିବା ସମୟରେ ଦୁଷ୍କର୍ମକାରୀ ଜିତେଶ ସାହୁ ପିଡିତାକୁ ଜଙ୍ଗଲ ମଧ୍ୟରେ ଅଟକାଇ ଜୋରଜବରଦସ୍ତି ଜଙ୍ଗଲକୁ ଟାଣି ନେଇ ଦୁଷ୍କର୍ମ କରିଥିଲା। ପିଡିତାକୁ ଏ ସମ୍ପର୍କରେ କାହାରିକୁ ନ କହିବାକୁ ଧମକଚମକ ଦେଇଥିଲା।

ତେବେ ପିଡିତା ପରିବାରବର୍ଗଙ୍କୁ ଜଣାଇବାରୁ ଶାସନ ଥାନାରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏହାପରେ ଶାସନ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ଏବଂ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଶୁକ୍ରବାର ପୋକ୍ସୋ ଅଦାଲତ ୧୮ ଜଣ ସାକ୍ଷୀ ଓ ୨୨ଟି ଦସ୍ତାବିଜ ଗୁଡିକୁ ଅନୁଧ୍ୟାନ କରିବା ପରେ ଅଭିଯୁକ୍ତ ଜିତେଶ ସାହୁକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୫ ହଜାର ଟଙ୍କାର ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ବସନ୍ତ ମିଶ୍ର ପରିଚାଳନା କରୁଥିଲେ।

- Advertisement -

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories