www.samajalive.in
Saturday, December 13, 2025
26.1 C
Bhubaneswar

ଅଜଣା ଟ୍ରାକ୍ଟର ଧକ୍କାରେ ମାଛ ବ୍ୟବସାୟୀ ମୃତ

ବାଲିଆପାଳ : ମାଛ ନେଇ ଆସୁଥିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ଚିପ୍ସ, ରଡ଼ ବୋଝେଇ ଟ୍ରାକ୍ଟର। ଘଟଣା ସ୍ଥଳରେ ମାଛ ବ୍ଯବସାୟୀଙ୍କ ମୃତ୍ୟୁ। ମୃତ ମାଛ ବ୍ୟବସାୟୀ ଜଣକ ହେଲେ ମୁରଲୀଧର ମଣ୍ଡଳ ( ୪୫)। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା କାଳରୋହୀ ଗ୍ରାମର ମୁରଲୀଧର ମଣ୍ଡଳ ଆଜି ନିଜ ମଟର ସାଇକେଲ ଯୋଗେ ଡଗରା ସମୁଦ୍ର କୂଳ ଅଞ୍ଚଳରୁ ମାଛ ବୋଝେଇ କରି ବାଲିଆପାଳ ସିମୁଳିିଆ ବଜାରକୁ ବିକିବା ପାଇଁ ଆସୁଥିବା ବେଳେ ବାଲିଆପାଳ -କାଳିପଦା ମୁଖ୍ୟ ରାସ୍ତାର କୋଷ୍ଟ କେନାଲ ନିକଟରେ କାଳିପଦା ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମି ଚିପ୍ସ, ରଡ ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ମାଛ ବ୍ୟବସାୟୀ ଜଣକ ମଟର ସାଇକେଲରୁ ତଳକୁ ଖସି ପଡ଼ିଥିଲା ବେଳେ ଟ୍ରାକ୍ଟରଟି ଘଟଣାସ୍ଥଳରୁ ପଳାଇଯାଇଥିଲା।

ସ୍ଥାନୀୟ ଲୋକେ ଗୁରୁତର ଆହତ ମୂରଲୀଧରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲିଆପାଳ ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଟ୍ରାକ୍ଟରକୁ ଖୋଜୁଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ମୂରଲୀଧର ମାଛ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories