www.samajalive.in
Friday, December 12, 2025
27.1 C
Bhubaneswar

ଏମଆର ସାମ କ୍ଷେପଣାସ୍ତ୍ରର ଆର୍ମି ଭର୍ସନର ସଫଳ ପରୀକ୍ଷା

ବାଲେଶ୍ୱର: ପ୍ରତିରକ୍ଷା ବିଭାଗ, ଚାନ୍ଦିପୁର ଆଇଟିଆରର ପକ୍ଷରୁ ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ଏମଆରସାମ (ମିଡିୟମ ରେଞ୍ଜ ସରଫେସ ଟୁ ଏୟାର ମିଶାଇଲ) କ୍ଷେପଣାସ୍ତ୍ରର ଆର୍ମି ଭର୍ସନର ପରୀକ୍ଷା କରାଯାଇଥିଲା। ଅପରାହ୍ନ ୩.୫୫ ମିନିଟ ସମୟରେ ଏହି ପରୀକ୍ଷା କରାଯାଇଥିଲା ବେଳେ ସଠିକ ଲକ୍ଷ୍ୟଭେଦ କରିବା ସହ ପରୀକ୍ଷା ସମ୍ପୂର୍ଣ୍ଣ ସଫଳ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କ୍ଷେପଣାସ୍ତ୍ରଟି ଏକ ମୋବାଇଲ୍‌ ଲଞ୍ଚରରୁ ଉତକ୍ଷେପଣ କରାଯାଇଥିଲା। ପୂର୍ବରୁ ବଂଶୀ ଟାର୍ଗେଟକୁ ପ୍ରଥମେ ଆକାଶ ମାର୍ଗକୁ ଛଡ଼ା ଯାଇଥିଲା ବେଳେ ପରେ ଏମଆରସାମ ବଂଶୀକୁ ଲକ୍ଷ୍ୟଭେଦ କରିଥିଲା। ଏମଆରସାମ କ୍ଷେପଣାସ୍ତ୍ରଟି ଭାରତ ଓ ଇସ୍ରାଏଲର ମିଳିତ ସହଯୋଗରେ ନିର୍ମିତ ହୋଇଛି। ଏମଆରସାମର ଲକ୍ଷ୍ୟଭେଦ କ୍ଷମତା ୧୦୦ କିଲୋମିଟର ହୋଇଥିଲା ବେଳେ ଏହାର ଲମ୍ବ ୪.୫ ମିଟର ଓ ଓଜନ ୨.୭ ଟନ। ଏହା ୬୦ କିଲୋଗ୍ରାମ ଓଜର ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ। ଉତକ୍ଷେପଣ ପରେ ଏମଆରସାମକୁ ଉଚ୍ଚ କ୍ଷମତା ସମ୍ପନ୍ନ ରାଡାର (ଏମଏଫଷ୍ଟାର-ମଲଟି ଫଙ୍କସନାଲ ସର୍ଭିଲାନ୍ସ ଆଣ୍ଡ ଥ୍ରେଟ ଆଲର୍ଟ ରାଡାର) ମାଧ୍ୟମରେ ତାର ଗତିପଥକୁ ନିରୀକ୍ଷଣ କରାଯାଇଥିଲା। ମାକ ୨ ଗତିରେ ଯାଇ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଥିବା ଏମଆରସାମ ଜେଟ ବିମାନ ଆକ୍ରମଣ, କ୍ଷେପଣାସ୍ତ୍ର ଆକ୍ରମଣ ଓ ରକେଟ ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ରଖିଛି। ପୂର୍ବରୁ ଏମଆରସାମର ନାଭାଲ ଭର୍ସନ ୨୦୧୬ରେ ଓ ୨୦୧୭ରେ ବ୍ୟବହାରିକ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ପୂର୍ବରୁ ବାଲେଶ୍ବର ଜିଲା ପ୍ରଶାସନ ପକ୍ଷରୁ ୨.୫ କିଲୋମିଟର ପରିଧୀ ଭିତରେ ଥିବା ଜନବସତିରୁ ଲୋକମାନଙ୍କୁ ନିରାପଦ ଦୂରତାକୁ ସ୍ଥାନାନ୍ତର କରାଯାଇଥିଲା। ୮,୧୦୦ ଲୋକଙ୍କୁ ଅସ୍ଥାୟୀ ଶିବିରରେ ରଖା ଯାଇଥିଲା।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories