www.samajalive.in
Sunday, December 14, 2025
26.1 C
Bhubaneswar

ଦେଶର ସୁରକ୍ଷା ପ୍ରତି ପୁଣି ବିପଦ ଆଣିଲେ ଦେଶଦ୍ରୋହୀ, ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଣ ଅଭିଯୋଗରେ ୪ ଗିରଫ

ବାଲେଶ୍ୱର: ଚାନ୍ଦିପୁର ପ୍ରତିରକ୍ଷା ବିଭାଗ (ଆଇଟିଆର ଓ ପିଏକ୍‌ସଇ) ପାଇଁ ପୁଣି ବିପଦ। ପ୍ରତିରକ୍ଷା ଓ ଗବେଷଣାଗାରର ଗୁପ୍ତ ତଥ୍ୟ ବିଦେଶୀ ଶତ୍ରୁ ରାଷ୍ଟ୍ର ହାତରେ। ହେଲେ ଏଭଳି ଘଟଣାର ପର୍ଦାଫାଶ କରିଛି ଦେଶର ଗୁଇନ୍ଦା ସଂସ୍ଥା ଆଇବି (ଇଣ୍ଟେଲିଜେନସ ବ୍ୟୁରୋ, ଦିଲୀ) ସହ ଅପରାଧ ଶାଖା ଓ ବାଲେଶ୍ବର ପୁଲିସ। କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତ ତଥ୍ୟ ପାକିସ୍ତାନକୁ ହସ୍ତାନ୍ତର ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଏଥିରେ ଆହୁରି ଅଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି। ଗିରଫ ୪ ଜଣଙ୍କ ମଧ୍ୟରେ ମାଷ୍ଟର ମାଇଣ୍ଡ ହେଉଛି ବସନ୍ତ ବେହେରା। ସେ ହିଁ ଜାଣି ଶୁଣି ବିଦେଶୀ ବ୍ୟକ୍ତିଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଥିଲା ଓ ବିଦେଶରୁ ତା ଜମାଖାତାକୁ ଟଙ୍କା ଆସିଥିଲା। ଜେରା ବେଳେ ସେ ପୂର୍ବରୁ ଏଭଳି ଘଟଣାରେ ଈଶ୍ବର ବେହେରା ନାମକ ଜଣେ ଯୁବକ ଧରାପଡ଼ିଥିବା କଥା ମଧ୍ୟ ଜାଣିଛି ବୋଲି ମାନିଥିଲା। ଏହା ସତ୍ତ୍ବେ ବି ସେ ଏଭଳି କାର୍ଯ୍ୟ କରିଥିବା ସ୍ବୀକାର କରିଛି। ସେ ବିଦେଶୀ ଶକ୍ତିଙ୍କୁ କ୍ଷେପଣାସ୍ତ୍ର ପରୀକ୍ଷାର ସମୟ, ସଫଳ କି ବିଫଳ ହେଲା, କ୍ଷେପଣାସ୍ତ୍ର ପରୀକ୍ଷା କେଉଁଟା ବିଫଳ ହେଲା, କାହିଁକି ବିଫଳ ହେଲା, କେଉଁ କେଉଁମାନେ ଆସୁଛନ୍ତି ଆଦି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। ବସନ୍ତ ସହ ପ୍ରକାଶ ବେରା ଓରଫ ଟୁଲୁ, ସେକ ମୁସାକ (ମୂଷା)କୁ ପୁଲିସ ଗିରଫ କରିଛି। ତେବେ ଚତୁର୍ଥ ଜଣଙ୍କର ନାମକୁ ପୁଲିସ ସ୍ପଷ୍ଟ କରି ନାହିଁ। ତାକୁ ନେଇ ଅଧିକ ଯାଞ୍ଚ ଜାରି ରହିଥିବାରୁ ତା ନଁାକୁ ପୁଲିସ କହି ନାହିଁ। ଗିରଫ ସମସ୍ତ ଅଭିଯୁକ୍ତ ଚାନ୍ଦିପୁର ଝାମ୍ପୁରାହାଟ ଓ ନୂଆନଈ ଅଞ୍ଚଳର ବୋଲି ଜଣାପଡ଼ିଛି।

ଧରାପଡ଼ିଥିବା ବ୍ୟକ୍ତିମାନେ ଡିଆରଡିଓ ପରିସରରେ ସମସ୍ତେ ଠିକା ଶ୍ରମିକ ଭାବେ କାମ କରନ୍ତି। ସେମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥାକୁ ପ୍ରତିରକ୍ଷା ସମ୍ପର୍କିତ କିଛି ଗୁପ୍ତ ତଥ୍ୟ ପ୍ରଘଟ କରୁଥିବାର ସୂଚନା ପ୍ରଥମେ ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରେ)କୁ ମିଳିଥିଲା। ଆଇବି ସମସ୍ତ ତଥ୍ୟ ରାଜ୍ୟ ଅପରାଧ ଶାଖାକୁ ଅବଗତ କରାଇଥିଲା। ପରେ ଅପରାଧ ଶାଖାର ନିର୍ଦେଶ ମୂଳେ ଦୁଇ ଦିନ କାଳ ବାଲେଶ୍ବର ପୁଲିସ ଅଭିଯୁକ୍ତଙ୍କୁ ଉଠାଇବା ପାଇଁ ଯୋଜନା କରିଥିଲା। ଏଥି ପାଇଁ ଆରକ୍ଷୀ ମହାନିର୍ଦେଶକ (ଆଇଜି) ହିମାଂଶୁ ଲାଲଙ୍କ ନିର୍ଦେଶ କ୍ରମେ ପୁଲିସ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଥିଲା। ଏହା ସହ ଆଇଜିଙ୍କ ନେତୃତ୍ୱରେ ୬ ଟିମ ଗଠନ ହୋଇଥିଲା। ଯେଉଁଥିରେ ୬ ଥାନାଧିକାରୀ ଓ ୬ ଡିଏସପି ରହିଥିଲେ। ଦୁଇ ଦିନ ଧରି ଯାଞ୍ଚ କରିବା ପରେ ସୋମବାର ରାତି ପ୍ରାୟ ଗୋଟାଏ ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଗୋଟିଏ ଗୋଟିଏ ଟିମ ଏବାବେଳେ ବାହାରି ଯାଇଥିଲା। ରାତି ୩ଟା ସୁଦ୍ଧା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ହେବା ସ୍ପଷ୍ଟ ହେବା ସହିତ ସକାଳେ ବିଭିନ୍ନ ଥାନାମାନଙ୍କରେ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରା ଉଚରା କରାଯାଇଥିଲା।
ପ୍ରଥମେ ମୁଖ୍ୟ ଅଭିଯୁକ୍ତ ବସନ୍ତ ଏଭଳି କଥାକୁ ମାନି ନଥିଲା ବେଳେ ପରେ ପୁଲିସ ପଚରା ଉଚରାରେ ସବୁ କଥା ମାନି ଯାଇଥିଲା। ସୂଚନାଯୋଗ୍ୟ ଯେ, ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରେ ଜେନେରେଟର ଅପରେଟର ଭାବେ ବସନ୍ତ କାମ କରୁଥିଲା ବେଳେ ଅନ୍ୟମାନେ ମଧ୍ୟ ସହ ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ଅଭିଯୁକ୍ତମାନେ ବିଭିନ୍ନ ସମୟରେ ବିଦେଶୀ ସଂସ୍ଥା ସହ ଫୋନ କଲ ମାଧ୍ୟମରେ କଥା ହୋଇଥିବା ସହ ସେମାନଙ୍କ ନିକଟରୁ ଟଙ୍କା ହାତେଇଥିବା ସ୍ପଷ୍ଟ ହୋଇଛି। ସୂଚନା ଯୋଗ୍ୟ ଯେ ୨୦୧୫ ମସିହା ଜାନୁଆରୀ ୨୩ ତାରିଖରେ ଈଶ୍ବର ବେହେରା ନାମକ ଜଣେ ଫଟୋଗ୍ରାଫର ସମାନ ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା। ୨୦୨୧ ମସିହା ଫେବୃଆରୀ ୧୧ ତାରିଖରେ ଈଶ୍ବର ବେହେରାକୁ ଯାବତଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ପ୍ରତିରକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ତୀକ୍ଷଣ ଦୃଷ୍ଟି ଦେବା ଜରୁରୀ ହୋଇ ପଡ଼ିଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories