୧୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହୋଇଥିବା ରବିବାର ଜଣାପଡ଼ିଛି। ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଓ ଷ୍ଟେସନ ବଜାରରୁ ଏହି ଜର୍ଦ୍ଦା ଜବତ ହୋଇଛି। ଜବତ ନକଲି ଜର୍ଦ୍ଦାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ଏସଟିଏଫ ଟିମ ୨ ଜଣଙ୍କ ଠାରୁ ୨ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ କରିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ। ଘଟଣାର ତଦନ୍ତ ଜାରି ରହିଛି।

Comments are closed.