ବାଲେଶ୍ଵର : ମାଡ ମାରିଲେ , ଗୁଳି କରି ଲୁଟି ନେଲେ ୭ ଦୁର୍ବୁତ୍ତ। ବାଲେଶ୍ଵର ଜିଲ୍ଲା ସୋର ଥାନା ଦୟାନିଧିପୁର ଗାଁରେ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଦୁର୍ବୁତ୍ତମାନେ ଘରେ ପଶି ପରିବାର ଲୋକଙ୍କୁ ବାନ୍ଧି ମାଡ ମାରିଛନ୍ତି। ଏବଂ ପରେ ଚିତ୍କାର ଶୁଣି ପଡୋଶୀ ଆସିଯିବାରୁ ଘର ଭିତରେ ଥାଇ ଗୁଳି ଫୁଟାଇଥିବା ଜଣାପଡିଛି। ତେବେ ଗୁଳିମାଡରେ ଜଣେ ପଡୋଶୀ ଗୁରୁତର ହୋଇଥିବାବେଳେ ତାଙ୍କ ଛାତିରେ ଗୁଳି ବାଜିଛି। ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।
Popular Categories



