www.samajalive.in
Saturday, December 6, 2025
16.1 C
Bhubaneswar

ଚିକିତ୍ସା ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ନେଇ ଡ଼ାକ୍ତରଖାନାରେ ଉତ୍ତେଜନା

ବାଲେଶ୍ବର : ବାଲେଶ୍ବର ଜିଲା ଭୋଗରାଇ ଥାନା ଜଳେଶ୍ଵରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ପାଣିରେ ବୁଡ଼ି ଯାଇଥିବା ଶିଶୁ କନ୍ୟାର ମୃତ୍ୟୁକୁ ନେଇ ହସ୍ପିଟାଲରେ ରୋଗୀ ସମ୍ପର୍କିୟମାନଙ୍କ ଦ୍ଵାରା ଉତ୍ତେଜନା ଜାରି ରହିଛି । ଉତ୍ୟକ୍ତ ଲୋକେ ହସ୍ପିଟ।ଲ ଭଙ୍ଗା ରୂଜା କରିବା ସହ ନ୍ୟାୟ ପାଇଁ ରାଜରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଭୋଗରାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ପ୍ରକାଶ ଯେ, ଭୋଗରାଇ ଥାନା ଛୋଟ ମହେଶପୁର ଗ୍ରାମର ଅନୀଲ କାମିଳାଙ୍କ ତିନି ବର୍ଷର ଝିଅ ଦିବ୍ୟାଂସୀ ଶୁକ୍ରବାର ଅପରାହ୍ନରେ ପାଣିରେ ବୁଡ଼ିଯାଇଥିଲା । ଘର ଲୋକେ ପିଲାଟି ବଞ୍ଚିଥିବାବେଳେ ଜଳେଶ୍ଵର ପୁର ହସ୍ପିଟାଲକୁ ଆଣି ଥିଲେ। ମାତ୍ର ଅପରାହ୍ନ ୫ଟା ବେଳେ କୌଣସି ଡାକ୍ତର ହସ୍ପିଟାଲରେ ନଥିଲେ । ଦୀର୍ଘ ସମୟ ଅପେକ୍ଷା ପରେ ଜଣେ କର୍ମଚାରୀ ଡାକ୍ତର ତାଙ୍କ ସରକାରୀ ବାସବଭବନରେ ଥିବା କହିଥିଲେ । ଘର ଲୋକେ ଡାକ୍ତରଙ୍କୁ ତାଙ୍କ ବାସଭବନରୁ ଡାକି ଆଣିବା ପରେ ଡାକ୍ତର ଶିଶୁଟିର ମୃତ୍ୟୁ ହୋଇ ଯାଇଥିବା କହିଥିଲେ । ଫଳରେ ସେଠାରେ ଉତ୍ତେଜନା ସ୍ଥିତି ହୋଇଥିଲା । ଊତ୍ତେଜିତ ଲୋକେ ଡାକ୍ତରଖାନାରେ ଭଙ୍ଗାରୁଜା କରିବା ସହିତ ଟାୟାର ଜାଳି ରାଜରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଭୋଗରାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories