ବଲାଙ୍ଗୀର: ବଲାଙ୍ଗୀର ଜିଲା ପାଟଣାଗଡ ବରହମପୁର ଅନ୍ତର୍ଗତ କୁସୁମପଡ଼ାରେ ବୁଧବାର ଚାଞ୍ଚଲ୍ୟକର ଘଟଣା ଘଟିଛି। ଗୋଟିଏ ଘର ଭିତରେ ୫ ରୁ ୬ ଜଣଙ୍କର ମୃତଦେହ ପଡିରହିଥିବା ସୂଚନା ମିଳିଛି। ଉକ୍ତ ଘର ବୁଲୁ ଜାନିଙ୍କର ବୋଲି ଜଣାପଡ଼ିଛି। ସେ ପେଶାରେ ମହୁ ବିକାଳିଥିଲେ। କିଛି ବର୍ଷ ହେବ କୁସୁମପଡ଼ାରେ ଘରକରି ରହୁଥିଲେ।
ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ, କାଲି କୌଣସି କାରଣରୁ ତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଜି ସକାଳୁ ଘରୁ କେହି ନ ବାହାରିବାରୁ ସ୍ଥାନୀୟଲୋକେ ସନ୍ଦେହକରି ପୁଲିସ ଖବର ଦେଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମକୁ ଅପେକ୍ଷା କରାଯାଇଛି।



