ବଲାଙ୍ଗୀର : ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଗୁଣିଗାରେଡି ପାଇଁ ଜଣେ ନାବାଳିକା ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏଭଳି ଅଭାବନୀୟ ଘଟଣା ବଲାଙ୍ଗୀରରୁ ସାମ୍ନାକୁ ଆସିଛି।୧୬ ବର୍ଷୀୟା ନାବାଳିକା କପାଳରେ ରହିଛି ୨୨ଟି ଛୁଞ୍ଚି । ସୁସ୍ଥ ହେବାକୁ ଗୁଣିଆ ନିକଟକୁ ଯାଇ ନାବାଳିକା ଜଣକ ଗୁରୁତର ହୋଇଛନ୍ତି। ଭୀମଭୋଇ ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ନାବାଳିକାଙ୍କ ହାତରୁ ୮ଟି ଛୁଞ୍ଚି କଢା ଯାଇଥିବା ବେଳେ କପାଳରେ ଆହୁରି ୨୨ଟି ଛୁଞ୍ଚି ଥିବା ନେଇ ରିପୋର୍ଟରୁ ଜଣାପଡିଛି। ଗୁଣିଆ ବିରୋଧରେ ଥାନାରେ ମାମଲା ରୁଜୁ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅସ୍ତ୍ରୋପଚାର କରାଯାଇ ନାବାଳିକାଙ୍କ ମୁଣ୍ଡରୁ ଛୁଞ୍ଚି ବାହାର କରାଯିବ ବୋଲି ଡାକ୍ତର କହିଛନ୍ତି।
Popular Categories



