www.samajalive.in
Monday, December 8, 2025
24.1 C
Bhubaneswar

ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁର ମୃତ୍ୟୁ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଭାନପୁର ପଂଚାୟତ ଅନ୍ତର୍ଗତ ଦାନାମାଲ ଗ୍ରାମରେ ମଙ୍ଗଳବାର ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସାଧାରଣ ବଚସା କୁ ନେଇ ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁର ମୃତ୍ୟୁ ଘଟିଅଛି। ମୃତକ ଜଣକ ହେଲେ ଦୟା ମଲ୍ଲିକଙ୍କ ସ୍ତ୍ରୀ ଟେଭା ମଲ୍ଲିକ୍‍(୬୦)। ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳରେ ପହଂଚି ହତ୍ୟାକାରୀ ଜ୍ୱାଇଁ ମନବୋଧ ମାଝୀ (୫୦) କୁ ଗିରଫ୍‍ କରିଛି।

ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ଶାଶୁ ଟେଭା ମଲ୍ଲିକ୍‍ ଏବଂ ଜ୍ୱାଇଁ ମନବୋଧ ମାଝୀ ଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଯାହାଫଳରେ ଜ୍ୱାଇଁ ଉତ୍ୟକ୍ତ ହୋଇ ଧରିଥିବା ଟାଙ୍ଗିଆରେ ଶାଶୁ ଟେଭା ମଲ୍ଲିକଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ବେକ,ମୁଣ୍ଡ ଓ ଅଂଟାରେ ଟାଙ୍ଗିଆ ଚୋଟ ପରେ ଚୋଟ ଲଗାଇଥିଲେ। ଯାହା ଫଳରେ ଶାଶୁ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏ ନେଇ ମୃତକର ସ୍ୱାମୀ ଦୟା ମଲ୍ଲିକ ଖପ୍ରାଖୋଲ ଥାନାକୁ ଜଣାଇଲା ପରେ ଖପ୍ରାଖୋଲ ଥାନା ଆଇଆଇସି ଜ୍ୟୋତିରଂଜନ ପତି, ହରିଶଙ୍କର ଫାଣ୍ଡି ଅଧିକାରୀ ସେୱନ କେର୍କେଟା ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ଜ୍ୱାଇଁ ମନବୋଧ ମାଝୀକୁ ଗିରଫ୍‍ କରିବା ସହ ଟାଙ୍ଗିଆ ଜବତ୍‍ କରିଥିଲେ। ଏ ନେଇ ଖପ୍ରାଖୋଲ ଥାନା କେସ୍‍ ନଂ ୧୫୧/୨୦ ରେ ଦଫା ୩୦୨ ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଖପ୍ରାଖୋଲ ଆଇଆଇସି ଜ୍ୟୋତିରଂଜନ ପତି ପ୍ରକାଶ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories