କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଜି.ଆର.ପି. ଫାଣ୍ଡି ଅନ୍ତର୍ଗତ ଲଖନା ଅଞ୍ଚଳରେ ରେଲଧାରଣାରୁ ଜି.ଆର.ପି. ପୁଲିସ ଜଣେ ୩୦ ବର୍ଷିୟା ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର କରିଛି। କୌଣସି ରନିଙ୍ଗ ଟ୍ରେନ ଧକ୍କାରେ ଯୁବକ ଜଣକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ପୁାଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଥିବା ସୂଚନା ଦେଇଛି। ଯୁବକ ଟ୍ରେନ ଧକ୍କାରେ ମୁଣ୍ଡରେ ଶକ୍ତ ଆଘାତ ହୋଇ ରକ୍ତ ଜୁଡୁବୁଡୁ ହୋଇ ରେଲଧାରଣା ନିକଟରେ ପଡିଥିବା ବେଳେ ଜି.ଆର.ପି. ପୁଲିସ୍ ମୃତଦେହ ଜବତ କରିବା ସହ କଣ୍ଟାବାଞ୍ଜି ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ କରାଇଥିବା ଏ.ଏସ.ଆଇ. ଉମାକାନ୍ତ ଆଇଚ ସୂଚନା ଦେଇଛନ୍ତି।
Popular Categories



