www.samajalive.in
Saturday, December 13, 2025
14.1 C
Bhubaneswar

ଦାଦନ ଦମନ ଅଭିଯାନ ; ଗୋଟିଏ ଦିନରେ ୨୫ ଦାଦନ ସର୍ଦ୍ଦାର ଗିରଫ

ବଲାଙ୍ଗୀର : ଦାଦନ ପ୍ରବଣ ବଲାଙ୍ଗୀର ଜିଲାରେ ଦାଦନ ସର୍ଦ୍ଦାରଙ୍କୁ ଧରିବା ପାଇଁ ଆକ୍ସନ ମୁଡରେ ବଲାଙ୍ଗିର ପୁଲିସ। ଶନିବାର ଜିଲାର ଲାଠୋର, ଖପ୍ରାଖୋଲ, କଣ୍ଟାବାଞ୍ଜି, ତୁରେକେଲା ଓ ବେଲପଡା ଥାନା ଅଞ୍ଚଳରେ ଚଢାଉ କରି ୨୫ ଜଣ ଦାଦନ ସର୍ଦ୍ଦାରଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି। ଏହା ସହିତ ଶ୍ରମିକ ମାନଙ୍କ ଉଦ୍ଧାର ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସପି।

ସୂଚନା ଅନୁସାରେ,  ବଲାଙ୍ଗୀର ଜିଲାରେ ଦାଦନ ସର୍ଦ୍ଦାର ମାନଙ୍କ କାର୍ଯ୍ୟକଳାପରେ ରୋକ ଲଗାଇବା ପାଇଁ ପୁଲିସ ଡିଜି ବି.କେ ଶର୍ମା ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ନେତୃତ୍ୱରେ ବଲାଙ୍ଗୀର ପୁଲିସ ଦାଦନ ପ୍ରବଣ ଅଞ୍ଚଳ ମାନଙ୍କରେ ଚଢାଉ ଆରମ୍ଭ କରିଥିଲା। ଶୁକ୍ରବାର ହୋଇଥିବା ଏକ ବଡ ଧରଣର ଚଢାଉରେ ପୁଲିସ ଦାଦନ ପ୍ରବଣ ଥାନା କଣ୍ଟାବାଞ୍ଜି ଥାନାର ୮ଜଣ, ତୁରେକେଲା ଥାନାର ୬ ଜଣ, ବେଲପଡା ଥାନାର ୫ ଜଣ, ଖପ୍ରାଖୋଲ ଥାନାର ୪ଜଣ ଓ ଲଠୋର ଥାନାର ୨ ଜଣ ଦାଦନ ସର୍ଦ୍ଦାର କୁ ଗିରଫ କରିଥିଲା। ଏନେଇ ଏହି ପାଞ୍ଚୋଟି ଥାନାରେ ୯ ଟି ମାମଲା ରୁଜୁ କରାଯାଇଥିବା ସୂଚନା ମିଲିଛି। ଗିରଫ ସର୍ଦ୍ଦାର ମାନଙ୍କ ବିରୁଦ୍ଧରେ ୩୭୦,୪୧୭ ସେକ୍ସନ ୧୨୦ବି ଆଇପିସି ଧାରାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ତେବେ ପୁଲିସର ଏହି ଦାଦନ ଦମନ ଅଭିଯାନକୁ ଆଗକୁ ଆହୁରୀ ତୀବ୍ରତର କରାଯିବ ବୋଲି ଏସପି ଶ୍ରୀ ସମ୍ପତ୍ତ କହିଛନ୍ତି । ଏହା ସହିତ ଦାଦନ ଶ୍ରମିକ ଉଦ୍ଧାର ପ୍ରକ୍ରିୟାକୁ ମଧ୍ୟ ଗୁରୁତର ସହ ତ୍ୱରାନ୍ୱିତ କରିବାରେ ବଲାଙ୍ଗୀର ପୁଲିସ ବଡ ଭୂମିକା ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି। ଏନେଇ ବଲାଙ୍ଗୀର ଜିଲାପାଳ, ଶ୍ରମ ଅଧିକାରୀଙ୍କ ସହିତ ଆଲୋଚନା କରି ଉଦ୍ଧାର ଶ୍ରମିକ ମାନଙ୍କ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ଏସପି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories