www.samajalive.in
Thursday, December 11, 2025
27.1 C
Bhubaneswar

ମୋଦୀ-ଜିନ୍‍ପିଙ୍ଗ୍‍ ଆଲୋଚନାରେ ସ୍ଥାନ ପାଇ ନାହିଁ କାଶ୍ମୀର ପ୍ରସଙ୍ଗ : ବିଦେଶ ସଚିବ ବିଜୟ ଗୋଖଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି. ଜିନ୍‍ପିଙ୍ଗ୍‍ଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇ ନାହିଁ । ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ତେବେ ଆତଙ୍କବାଦ ଓ ବିଛିନ୍ନତାବାଦ ଭଳି ପ୍ରସଙ୍ଗ ଏବଂ ଏହାର ମୁକାବିଲା ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ବୋଲି ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‍ ରାଷ୍ଟ୍ରପତି ସି. ଜିନ୍‍ପିଙ୍ଗ୍‍ଙ୍କ ମଧ୍ୟରେ ଅନୌପଚାରିକ ବୈଠକ ଶେଷରେ ଶନିବାର ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ଗୋଖଲେ କହିଛନ୍ତି, ଭାରତ ଓ ଚୀନ୍‍ ପାରସ୍ପରିକ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଏକ ନୂଆ ବ୍ୟବସ୍ଥା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତର ଅର୍ଥମନ୍ତ୍ରୀ ଓ ଚୀନ୍‍ ଉପପ୍ରଧାନମନ୍ତ୍ରୀ ସେହି ସଂସ୍ଥାର ସଦସ୍ୟ ରହିବେ ଓ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ବୃଦ୍ଧି ପାଇଁ ନୂଆ ନୂଆ ଉପାୟମାନ ଖୋଜି ବାହାର କରିବେ। ଅନ୍ୟପକ୍ଷରେ କୌଳାଶ ମାନସରୋବର ଯାତ୍ରୀଙ୍କ ଚୀନ ଅଧିକ ସୁବିଧା ସୁଯୋଗ ଯୋଗାଇଦେବ ବୋଲି ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି। ବାଣିଜ୍ୟ ଓ ସେବା ଭଳି କ୍ଷେତ୍ରରେ ସଂପର୍କ ବୃଦ୍ଧି ପାଇଁ ଏକ ନୂଆ ଉଚ୍ଚସ୍ତରୀୟ ବ୍ୟବସ୍ଥା ସ୍ଥାପନ କରାଯିବାକୁ ଉଭୟ ନେତା ଏକମତ ହୋଇଛନ୍ତି। ସେ କହିଛନ୍ତି, କଞ୍ଚାମାଲ୍‍ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରିବାକୁ ଦୁଇ ନେତା ସହମତ
ହୋଇଛନ୍ତି।

Image Source : PIB

ଆଜି ତାମିଲନାଡୁର ମାମଲାପୁରମ୍‍ଠାରେ ଭାରତ ଓ ଚୀନ୍‍ ମଧ୍ୟରେ ଦ୍ୱିତୀୟ ଅଣଆନୁଷ୍ଠାନିକ ଶିଖର ବୈଠକ ଶେଷ ହୋଇଥିଲା। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‍ ରାଷ୍ଟ୍ରପତି ସି. ଜିନ୍‍ପିଙ୍ଗ୍‍ ଦୁଇଦିନ ଧରି  ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଆଜି ସକାଳେ ଉଭୟ ନେତାଙ୍କ ମଧ୍ୟରେ ଘଣ୍ଟାଏ ପର୍ଯ୍ୟନ୍ତ ସାମ୍ନାସାମ୍ନି ଆଲୋଚନା ହୋଇଥିଲା।
ଏହାପରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତା ହୋଇଥିଲା। ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତାରେ ବୈଦେଶିକ ମନ୍ତ୍ରୀ ଏସ୍‍.ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‍ ଡୋଭାଲ୍‍ଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ।

- Advertisement -
Image source : PIB

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଉଦ୍‍ଘାଟନୀ ଭାଷଣରେ ୱୁହାନ୍‍ ଶିଖର ବୈଠକ ଦୁଇଦେଶ ମଧ୍ୟରେ ଆସ୍ଥା ସୃଷ୍ଟି
କରିଥିଲା ଓ ଆଜିର ଚେନ୍ନାଇ ଶିଖର ବୈଠକ ଦୁଇ ଦେଶ ମଧ୍ୟରେ ସହଯୋଗର ଏକ ନୂଆ ଯୁଗର ଅୟମାରମ୍ଭ କରିଛି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ପୁରାତନ ସମୟରୁ ଭାରତ ଓ ଚୀନ୍‍ ବିଶ୍ୱର ଦୁଇଟି ବୃହତ୍‍ ଅର୍ଥନୈତିକ ରାଷ୍ଟ୍ର ଥିଲେ। ବର୍ତ୍ତମାନ ମଧ୍ୟ ସେମାନେ ବିଶ୍ୱରେ ଦୁଇଟି ବୃହତ୍‍ ଅର୍ଥନୈତିକ ରାଷ୍ଟ୍ର ଭାବେ ନିଜ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ରାଷ୍ଟ୍ରପତି ସି. ଜିନ୍‍ପିଙ୍ଗ୍‍ ତାଙ୍କର ଉଦ୍‍ଘାଟନୀ ମନ୍ତବ୍ୟ ଦେଇ ତାଙ୍କୁ ଦିଆଯାଇଥିବା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାକୁ ନେଇ ସେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଥିବାର
ଦର୍ଶାଇଥିଲେ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories