www.samajalive.in
Wednesday, December 10, 2025
15.1 C
Bhubaneswar

ପାଟଣାଗଡ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣା ; ହତ୍ୟାକାଣ୍ଡ ସନ୍ଦେହ ଘନୀଭୂତ

ବଲାଙ୍ଗୀର : ପାଟଣାଗଡ ସଅଁରାପଡାରେ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ନୂଆ ମୋଡ ସୃଷ୍ଟି ହୋଇଥିବା ଗୁରୁବାର ଜଣାପଡ଼ିଛି। ମୃତ ପରିବାରର ଅନ୍ୟ ୫ପୁଅ ପହଞ୍ଚିବା ପରେ ଧିରେ ଧିରେ ମୃତ୍ୟୁର କାରଣ ସ୍ପଷ୍ଟ ହେଉଛି। ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଏହାସହ ହତ୍ୟା ସନ୍ଦେହରେ ପୁଲିସ ୨ ଜଣଙ୍କୁ ଅଟକ ମଧ୍ୟ ରଖିଛି। ଆଜି ପହଞ୍ଚିଥିବା ୫ ପୁଅ ଅଟକ ୨ ଜଣଙ୍କୁ ଚିହ୍ନିଥିବା କହୁଛନ୍ତି। ଅଟକ ୨ ଜଣଙ୍କ ସହ ପୂର୍ବରୁ ଶତ୍ରୁତା ଥିବା ମଧ୍ୟ କହିଛନ୍ତି। ଉକ୍ତ ପରିବାରର ବଡ଼ ପୁଅ ମଧ୍ୟ କିଛି ଦିନ ତଳେ ହତ୍ୟାର ଶିକାର ହୋଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।
ସୂଚନା ଯୋଗ୍ୟ, ବଲାଙ୍ଗୀର ଜିଲା ପାଟଣାଗଡ ବରହମପୁର ଅନ୍ତର୍ଗତ କୁସୁମପଡ଼ାରେଗୋଟିଏ ଘର ଭିତରେ ୫ ରୁ ୬ ଜଣଙ୍କର ମୃତଦେହ ପଡିରହିଥିଲା । ଉକ୍ତ ଘର ବୁଲୁ ଜାନିଙ୍କର ବୋଲି ଜଣାପଡ଼ିଥିଲା। ସେ ପେଶାରେ ମହୁ ବିକାଳିଥିଲେ। କିଛି ବର୍ଷ ହେବ କୁସୁମପଡ଼ାରେ ଘରକରି ରହୁଥିଲେ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories