www.samajalive.in
Thursday, December 11, 2025
15.1 C
Bhubaneswar

ବାହୁଡ଼ାଯାତ୍ରା ପ୍ରସ୍ତୁତି ଶେଷ, ପ୍ରବେଶପତ୍ର ହସ୍ତାନ୍ତରକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ପୁରୀ: ଶୃଙ୍ଖଳିତ ବାହୁଡାଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଜିଲା ପ୍ରଶାସନ। ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଛି। ରଥଘେର ପ୍ରବେଶପତ୍ର ହସ୍ତାନ୍ତରକାରୀ ଏବଂ ଅପବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେଥିରେ ସ୍ଥିର କରାଯାଇଛି। ପ୍ରବେଶପତ୍ର ଜାଲିଆତି ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡି କରାଯିବ।

ପୁରୀ ବଡ଼ଦାଣ୍ଡକୁ ୧୦ଟି ସେକ୍ଟର କରାଯାଇଛି। ସେଠାରେ ଜଣେ ଲେଖାଏ ମାଜିଷ୍ଟ୍ରେଟଙ୍କ ସମେତ ପୁଲିସ ଅଧିକାରୀ ଉପସ୍ଥିତ ରହିବେ। ଏହାଛଡା ରଥ ନିକଟକୁ ଯାଉଥିବା ଲୋକଙ୍କ ଭିଡିଓ ଦୃଶ୍ୟ ଉତ୍ତୋଳନ କରାଯିବ। ରଥ ଘେରଭିତରେ ସେବାୟତ ଏବଂ ଦାୟିତ୍ବରେ ଥିବା ଅଧିକାରୀଙ୍କ ବ୍ୟତୀତ ଅନ୍ୟ କାହାରିକୁ ରହିବା ପାଇଁ ଅନୁମତି ଦିଆଯିବ ନାହିଁ। ଶ୍ରୀମନ୍ଦିର ସେବାୟତମାନେ ରଥ ଟାଣିବେ। ସେମାନଙ୍କ ପାଇଁ ବଡ଼ଦାଣ୍ଡ ଦୁଇପାର୍ଶ୍ବରେ ଆଶୁଚିକିତ୍ସା କେନ୍ଦ୍ର, ଅସ୍ଥାୟୀ ବିଶ୍ରାମଗୃହ ଏବଂ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯିବ।

- Advertisement -

କୌଣସି ଅନଧିକୃତ ବ୍ୟକ୍ତି ଯେପରି ବଡ଼ଦାଣ୍ଡ କିମ୍ବା ରଥ ଘେରକୁ ନଯାଆନ୍ତି ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସବୁସାହିର ପ୍ରବେଶପଥ ଗୁଡିକୁ ବନ୍ଦ କରାଯିବାକୁ ସ୍ଥିର କରାଯାଇଛି। ବିଭିନ୍ନ କାର୍ଯ୍ୟପାଇଁ ମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନଠାରୁ ନେଇଥିବା ପ୍ରବେଶପତ୍ର ଅନ୍ୟକୁ ହସ୍ତାନ୍ତର ନକରିବା ପାଇଁ ଜିଲାପାଳ ଶ୍ରୀ ବର୍ମା ପରାମର୍ଶ ଦେଇଛନ୍ତି। ଏଭଳି ଘଟଣା ଜଣାପଡିଲେ ପ୍ରବେଶପତ୍ର ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଡ୍ରୋନ ମାଧ୍ୟମରେ ରଥଟଣା ଦୃଶ୍ୟ ଉତ୍ତୋଳନ କରାଯିବ। ନିର୍ଦ୍ଧାରିତ ସମୟରେ ଶ୍ରୀଜୀଉଙ୍କ ବାହୁଡାଯାତ୍ରା ଏବଂ ସୁନାବେଶ ନୀତି ପାଳନ ପାଇଁ ପାଳିଆ ସେବାୟତଙ୍କୁ ଅନୁରୋଧ କରାଯାଇଛି। ବଡ଼ଦାଣ୍ଡ ସମେତ ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସ୍ବତନ୍ତ୍ର ପରିମଳ କାର୍ଯ୍ୟପାଇଁ ପୌରସଂସ୍ଥାକୁ ନିର୍ଦେଶ ଦିଆଯାଇଛି। ବାହୁଡାଯାତ୍ରା ସମୟରେ ପ୍ରବଳ ଖରା ହେବାର ସମ୍ଭାବନା ଥିବାରୁ ଅଗ୍ନିଶମ ଓ ଜନସ୍ବାସ୍ଥ୍ୟ କର୍ମଚାରୀଙ୍କ ଦ୍ବାରା ଜଳ ସିଞ୍ଚନ କରାଯିବ।

ସାମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରୁ ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ପ୍ରସ୍ତୁତ କରି ରଖାଯିବ। ନିରବଚ୍ଛିନ୍ନ ବିଦ୍ୟୁତ ଆଲୋକ ଯୋଗାଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଲ ସିଂହ, ଶ୍ରୀମନ୍ଦିର ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ସୁବାସ ଚନ୍ଦ୍ର ନାଥଶର୍ମା ଓ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories