www.samajalive.in
Saturday, December 6, 2025
26.1 C
Bhubaneswar

ଚାଇନା ଓପନ୍‍ ବ୍ୟାଡମିଣ୍ଟନ ଆଜିଠାରୁ

ଚାଙ୍ଗଝାଉ : ମଙ୍ଗଳବାରରୁ ଚାଇନା ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସ ବିଭାଗରେ ଖେଳିବେ ତାରକା ଭାରତୀୟ ଖେଳାଳି ପିଭି ସିନ୍ଧୁ। ସିନ୍ଧୁ ଗତ ସପ୍ତାହରେ ଖେଳାଯାଇଥିବା ଜାପାନ ଓପନ୍‍ର ଦ୍ୱିତୀୟ ରାଉଣ୍ଡରେ ପରାସ୍ତ ହୋଇଥିଲେ। ଜାପାନ ଓପନ୍‍ ଖେଳୁଥିବା ବେଳେ ସିନ୍ଧୁ ବେଶ୍‍ ହାଲିଆ ଜଣାପଡୁଥିଲେ। ଏହାକୁ ଦୃଷ୍ଟିରେ ରଖି ଚାଇନା ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବା କଥା। ୨୩ ବର୍ଷୀୟା ସିନ୍ଧୁ ଚଳିତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ୱ ଚମ୍ପିଆନସିପ୍‍ ଓ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ଭାରତ ଓ ଥାଇଲାଣ୍ଡ ଓପନ୍‍ର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ। ୨୦୧୬ରେ ସିନ୍ଧୁ ଚାଇନା ଓପନ୍‍ ଚମ୍ପିଆନ୍‍ ହୋଇଥିବା ବେଳେ ଚଳିତଥର ଏହି ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସରେ ଚମ୍ପିଆନ୍‍ ହେବେ ବୋଲି ଆଶା କରାଯାଉଛି। ତୃତୀୟ ସିଡ୍‍ ସିନ୍ଧୁଙ୍କ ମୁକାବିଲା ପ୍ରଥମ ରାଉଣ୍ଡରେ ହଂକଂର ଚେଉଙ୍ଗ୍‍ ଗାନ୍‍ ଓ୍‍ିଙ୍କ ସହ ହେବ।
ସେହିପରି ଅନ୍ୟତମ ମହିଳା ଖେଳାଳି ସାଇନା ନେହୱାଲଙ୍କ ମୁକାବିଲା ସିଙ୍ଗଲ୍‍ସ ବିଭାଗ ପ୍ରଥମ ରାଉଣ୍ଡରେ କୋରିଆର ସୁଙ୍ଗ ଜି ହାୟୁନ୍‍ଙ୍କ ସହ ହେବ। ସାଇନା ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ୍‍ ପଦକ ଜିତିଥିବା ବେଳେ ଜାପାନ ଓପନ୍‍ରେ ଖେଳିନଥିଲେ। ସାଇନା ୨୦୧୪ରେ ଚାଇନା ଓପନ୍‍ ଜିତିଥିଲେ। ପ୍ରଥମ ରାଉଣ୍ଡରେ ସାଇନା ବିଜୟୀ ହେଲେ ଦ୍ୱିତୀୟ ରାଉଣ୍ଡରେ ତାଙ୍କର ମୁକାବିଲା ୫ମ ସିଡ୍‍ ଚୀନ୍‍ର ଚେନ୍‍ ୟୁଫେଇଙ୍କ ସହ ହେବ। କ୍ୱାର୍ଟର ଫାଇନାଲରେ ସିନ୍ଧୁ ଓ ସାଇନା ମୁହାଁମୁହିଁ ହେବାର ସମ୍ଭାବନା ରହିଛି।
ପୁରୁଷ ସିଙ୍ଗଲ୍‍ସ ବିଭାଗରେ କିଦାମ୍ବି ଶ୍ରୀକାନ୍ତ ଭାରତକୁ ପ୍ରତିନିଧିତ୍ୱ କରିବେ। ସେ ଗତ ସିଜିନ୍‍ରେ ୪ଟି ଟାଇଟଲ୍‍ ଜିତିଥିଲେ। ସପ୍ତମ ସିଡ୍‍ ଶ୍ରୀକାନ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ସିଙ୍ଗଲ୍‍ସରେ ରୌପ୍ୟ ପଦକ ଜିତିଥିଲେ ମଧ୍ୟ ଚଳିତ ସିଜିନ୍‍ରେ ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ଜାପାନ ଓପନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ଶ୍ରୀକାନ୍ତଙ୍କ ମୁକାବିଲା ଚାଇନା ଓପନ୍‍ର ପ୍ରଥମ ରାଉଣ୍ଡରେ ଡେନମାର୍କର ରାସମସ୍‍ ଗେମ୍‍କେଙ୍କ ସହ ହେବ। ଅନ୍ୟତମ ପୁରୁଷ ସିଙ୍ଗଲ୍‍ସ ଖେଳାଳି ଏଚ୍‍ଏସ ପ୍ରଣୟଙ୍କ ମୁକାବିଲା ପ୍ରଥମ ରାଉଣ୍ଡରେ ହଂକଂର ନା କା ଲଙ୍ଗ ଆନ୍‍ଗସ୍‍ଙ୍କ ସହ ହେବ। ମହିଳା ଡବଲ୍‍ସ ବିଭାଗରେ ଭାରତୀୟ ଯୋଡ଼ି ଅଶ୍ୱିନୀ ପୋନପ୍ପା ଓ ଏନ୍‍ ସିକ୍କି ରେଡ୍ଡିଙ୍କ ମୁକାବିଲା ପ୍ରଥମ ରାଉଣ୍ଡରେ କୋରିଆର କିମ୍‍ ସୋ ୟେଙ୍ଗ୍‍ ଓ କଙ୍ଗ ହି ୟୋଙ୍ଗଙ୍କ ସହ ହେବ। ପୁରୁଷ ଡବଲ୍‍ସ ବିଭାଗରେ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି ଯୋଡ଼ିର ମୁକାବିଲା ପ୍ରଥମ ରାଉଣ୍ଡରେ ମାଲେସିଆର ଗୋ ଭି ସେମ୍‍ ଓ ଟାନ୍‍ ୱି କିଓଙ୍ଗଙ୍କ ଯୋଡ଼ି ସହ ହେବ। ସେହିପରି ମାନୁ ଅତ୍ରି ଓ ସୁମିତ ରେଡ୍ଡିଙ୍କ ଯୋଡ଼ିର ମୁକାବିଲା ତାଇୱାନ୍‍ର ଲିଓ ମିନ୍‍ ଚୁନ୍‍ ଓ ସୁ ଚିଙ୍ଗ ହେଙ୍ଗ ଯୋଡ଼ି ସହ ହେବ। ମିକ୍ସଡ୍‍ ଡବଲ୍‍ସ ବିଭାଗରେ ସାତ୍ତ୍ୱିକ ଓ ଅଶ୍ୱିନୀ ଯୋଡ଼ିର ମୁକାବିଲା ପ୍ରଥମ ରାଉଣ୍ଡରେ ଇଂଲଣ୍ଡର ମାର୍କସ ଏଲିସ୍‍ ଓ ଲାଇରେନ୍‍ ସ୍ମିଥ୍‍ଙ୍କ ଯୋଡ଼ି ସହ ହେବ। ସେହିପରି ପ୍ରଣବ ଜେରି ଚୋପ୍ରା ଓ ସିକ୍କି ରେଡ୍ଡିଙ୍କ ମୁକାବିଲା ପ୍ରଥମ ରାଉଣ୍ଡରେ ଜର୍ମାନୀର ମାର୍ଭିନ୍‍ ଏମିଲ୍‍ ସେଇଡେଲ୍‍ ଓ ଲିଣ୍ଡା ଏଫଲର ଯୋଡ଼ି ସହ ହେବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories