www.samajalive.in
Thursday, December 11, 2025
18.1 C
Bhubaneswar

ତଦନ୍ତ ହେଲେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଫିଟିବ ଗୁମର: ରାକେଟ ସକ୍ରିୟ 

ବଡ଼ସାହି : ପ୍ରାଣଘାତୀ ମହାମାରୀ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ୨ଦିନ ଧରି ଉତ୍ତର ଓଡ଼ିଶାରେ ଚିନ୍ତାଜନକ ହୋଇଛି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ରାଜ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଉଛି। ମଙ୍ଗଳବାର ବଡ଼ସାହି ବ୍ଲକର ଚନ୍ଦନପୁର ପଞ୍ଚାୟତର ଏକ ଗ୍ରାମରେ ଏପରି କଲକାତା ଫେରନ୍ତା ୨ଜଣ ଷ୍ଟାଫନର୍ସଙ୍କୁ ନେଇ ଉତ୍ତେଜନା ଦେଖା ଦେଇଛି। ଛାତ୍ରୀ ଦ୍ୱୟ କଲକାତାର ଘରୋଇ ଡ଼ାକ୍ତରଖାନାରେ ଚାକିରୀ କରୁଥିବା ବେଳେ ସେଠାକାର ଉଦବେଗଜନକ ସ୍ଥିତି ପାଇଁ ଏକ କାର ଯୋଗେ ୧୮ତାରିଖ ଘରକୁ ଫେରିଥିବା କହିଛନ୍ତି। ଗ୍ରାମରେ ଉତ୍ତେଜନା ଖବର ପାଇ ବିଡ଼ିଓଙ୍କ ନିର୍ଦ୍ଦେଶରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଏନଏମ ଓ ଅଙ୍ଗନବାଡ଼ି କର୍ମୀ ଉଭୟଙ୍କ ଘରକୁ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି।

ତେବେ କଲକାତା ଫେରନ୍ତା ଓଡ଼ିଶାକୁ ପ୍ରବେଶ ନେଇ ସବୁ ମହଲରେ ତୁମ୍ଭିତୋଫାନ ହେଉଥିବା ବେଳେ ନର୍ସ ଦ୍ୱୟ ଆସିଥିବା କାର ଓ କାରପାସକୁ ନେଇ ତଦନ୍ତ ସାପେକ୍ଷ ତଥ୍ୟ ‘ସମାଜ’କୁ ହସ୍ତଗତ ହୋଇଛି। ୨ନର୍ସଙ୍କ ଘର ମୟୁରଭଞ୍ଜ ହୋଇଥିବା ବେଳେ ସେମାଙ୍କ ମୋବାଇଲ ସ୍କ୍ରିନରୁ ମିଳିଥିବା କାରପାସ ବାଲେଶ୍ୱର ଏଡ଼ିଏମ/ମେଡ଼ିକାଲ ଅଫିସରଙ୍କ ପକ୍ଷରୁ ୧୪ତାରିଖରେ ଦିଆଯାଇଥିବା ଜଣାପଡ଼ିଛି।

- Advertisement -

ସେ ପାସଟିରେ ଏକ ଘରୋଇ ଗାଡ଼ି (ନଂ ଓଡ଼ି ୦୨ଜେ-୬୪୬୬) ଓ ଚାଳକ ନାମ ବିନୋଦ କୁମାରଙ୍କ  ଦର୍ଶାଯାଇଥିବା ବେଳେ ରେମୁଣା ଥାନା ଦୁର୍ଗାଦେବୀରୁ ବାଲେଶ୍ୱର ହୋଇ କଲକାତାର ସାଲକିଆ ଚଉରାସ୍ତା ଅଞ୍ଚଳରୁ ଏହି ୨ନର୍ସଙ୍କୁ ଆଣିବା ଦର୍ଶାଯାଇଛି। ୨ନର୍ସ, ଚାଳକ ଓ ଅନ୍ୟ ଜଣଙ୍କୁ ମିଶାଇ ମୋଟ ୪ଜଣଙ୍କ ନାମ ସହିତ ପାସରେ ଉଲ୍ଲେଖ ରହିଛି। ତେବେ ବାଲେଶ୍ୱର ଏଡ଼ିଏମ ଓ ସିଡ଼ିଏମଓଙ୍କ ସହିତ ଯୋଗାଯୋଗ ପରେ କାରପାସ ଜାଲ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗ ସୀମାନ୍ତ ପରେ ଜଳେଶ୍ୱର, ବସ୍ତା, ରୁପସା, ବାଲେଶ୍ୱର ସଦର ଓ ରେମୁଣା ଥାନା ଅତିକ୍ରମ କରି ୪ଜଣ ଥିବା କାରଟି ୧୮ତାରିଖ ସକାଳ ୯ଟା ୩୦ମିନିଟରେ ଚନ୍ଦନପୁରର ସମ୍ପୃକ୍ତ ଗ୍ରାମରେ ପହଞ୍ଚିବା ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ପୂର୍ବରୁ ପଶ୍ଚିମବଙ୍ଗ ଫେରନ୍ତା (କରୋନା ଆକ୍ରାନ୍ତ) ଆସିବାର ଏପରି ଜାଲପାସ ଏକ ଜଳନ୍ତ ଉଦାହରଣ। ତେବେ ନର୍ସ ଦ୍ୱୟଙ୍କର ସର୍ମ୍ପକୀୟ କାର ଠିକ କରିଥିବା କହିଥିବା ବେଳେ ସେମାନେ ଘରେ ପହଞ୍ଚି ସଙ୍ଗରୋଧରେ ରହିଛନ୍ତି ବୋଲି କହିଛନ୍ତି। ଉଭୟଙ୍କ ନମୁନା ସଂଗ୍ରହ କରାଯିବ ବୋଲି ବିଡ଼ିଓ ଦିଲିପ କୁମାର ମହାରଣା କହିଥିବା ବେଳେ କୋଭିଡ଼-୧୯ ଆଇନ ୨୦୨୦ ଉଲଘଂନ ନେଇ ଉଭୟଙ୍କ ବିରୋଧରେ ଥାନାରେ ଏତଲା ଦେବା ପରେ ବଡ଼ସାହି ପୁଲିସ୍‍ ସନ୍ଧ୍ୟାରେ ନର୍ସଦ୍ୱୟଙ୍କର ବୟାନ ସଂଗ୍ରହ କରି ଫେରିଛି। ଉପରୋକ୍ତ ଘଟଣାକୁ ସମୀକ୍ଷା କଲେ ପଶ୍ଚିିମବଙ୍ଗରୁ ଲୋକଙ୍କୁ ଆଣିବା ପାଇଁ ଜାଲ ପାସ ଜରିଆରେ ଏକ ରାକେଟ ସକ୍ରିୟ ଭାବେ କାର୍ଯ୍ୟ କରୁଛି ବୋଲି ଜଣାପଡ଼ୁଛି। ସେମାନେ ପଶ୍ଚିମବଙ୍ଗରୁ ଲୋକଙ୍କୁ ଆଣିବା ପାଇଁ ମୁଣ୍ଡପିଚ୍ଛା ୨୦ହଜାର ଟଙ୍କା ନେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସମସ୍ତ ବିଷୟ ଜଣାପଡ଼ିବ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories