www.samajalive.in
Friday, December 12, 2025
19.1 C
Bhubaneswar

ବଡ଼ସାହିରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

ବଡ଼ସାହି: ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ୧୪୨ତମ ଜୟନ୍ତୀ ଅବସରରେ ବୁଧବାର କେନ୍ଦୁଡ଼ିହା ପଞ୍ଚାୟତରେ ସ୍ୱଚ୍ଛଭାରତ, ବୃକ୍ଷରୋପଣ, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଅଙ୍ଗନବାଡ଼ି ପିଲାମାନଙ୍କୁ ଜୋତା ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହଳଦୀପଦାର ଗୋପବନ୍ଧୁ ୟୁଥକ୍ଲବ ଓ ‘ସମାଜ’ ପକ୍ଷରୁ ମିଳିତ ଭାବେ ଅନୁଷ୍ଠିତ କାର୍ୟ୍ୟକ୍ରମକୁ ଡ଼ାକ୍ତର ସନତ କୁମାର ଦାଶ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ଥାନାଧିକାରୀ ବିଶ୍ୱଜ କୁମାର ରାଉତରାୟ, ମୁଖ୍ୟବକ୍ତା ଭାବେ ବିଇଓ ଦେବବ୍ରତ ବାରିକ, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ରାଜେନ୍ଦ୍ର କୁମାର ଜେନା, ବୈଜ୍ଞାନିକ ଡ଼. ଜଗନ୍ନାଥ ପାତ୍ର, ସମାଜସେବୀ ରଣଜିତ ପାତ୍ର ଓ ପ୍ରଭାତ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ। ପୁଣ୍ୟାତ୍ମାଙ୍କ ଫୋଟଚିତ୍ରରେ ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କରି ଓଡ଼ିଶା ପ୍ରତି ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନ ସମ୍ପର୍କରେ ସମସ୍ତେ ଆଲୋଚନା କରିଥିଲେ। ଯୁବ ସମାଜ ତାଙ୍କ ଚିନ୍ତାଧାରାରେ ନିଜକୁ ଉର୍ତ୍ସଗୀକୃତ କରିବାର ସମୟ ଆସିଛି ବୋଲି ସମସ୍ତେ କହିଥିଲେ। କେନ୍ଦୁଡ଼ିହାସ୍ଥିତ କାଶୀନାଥ ନୋଡ଼ାଲ ହାଇସ୍କୁଲ ପରିସରରେ କ୍ଲବର ସଦସ୍ୟ ମାନେ ସ୍ୱଚ୍ଛଭାରତ କାର୍ୟ୍ୟକ୍ରମ ସମାପନ ପରେ ଅତିଥିଙ୍କ ସହିତ ବୃକ୍ଷରୋପଣ କରିଥିଲେ। ସ୍କୁଲରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୩୦ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। ଉଦଳା ବ୍ଲଡ଼ ବ୍ୟାଙ୍କର ଟେକ୍ନିସିଆନ ଓ କର୍ମଚାରୀ ଏଥିରେ ସହାୟତା କରିଥିଲେ। ସେହିପରି ହଳଦିପଦା ଓ କେନ୍ଦୁଡ଼ିହା-୨ ଅଙ୍ଗନବାଡ଼ି କେନ୍ଦ୍ରର ୫୩ଜଣ ପିଲାଙ୍କୁ ‘ସମାଜ’ ପକ୍ଷରୁ ଜୋତା ବଣ୍ଟନ କରାଯାଇଥିଲା। କୁନିକୁନି ପାଦର ଚିନ୍ତା କରିଥିବା ‘ସମାଜ’ ଓ ଲୋକସେବକ ମଣ୍ଡଳର କର୍ତ୍ତୃପକ୍ଷଙ୍କୁ ସମସ୍ତେ କୃତଜ୍ଞତା ଜଣାଇଥିଲେ। ‘ସମାଜ’ର ଲାଭାଂଶ ଗରିବ ଓ ଅସହାୟଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱରୂପ ଏଭଳି ମହନୀୟ କାର୍ୟ୍ୟକ୍ରମ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଆଶାକୁ ବଜାୟ ରଖିବ ବୋଲି କହିଥିଲେ। ସମ୍ବାଦଦାତା ମନୋଜ କୁମାର ପଣ୍ଡା, ଶିକ୍ଷକ ସନ୍ତୋଷ କୁମାର ଖଣ୍ଡା, ଡ଼ମ୍ବୁରୁଧର ରାଉତ, କ୍ଲବର ଉପଦେଷ୍ଟା ଅଧ୍ୟାପକ ଯୋଗେଶ୍ୱର ମହାନ୍ତ ଓ ସଭାପତି ଦୀପକ କୁମାର ବାରିକଙ୍କ ନେତୃତ୍ୱରେ କ୍ଳବର ସମସ୍ତ ସଦସ୍ୟ ଓ ଗ୍ରାମବାସୀ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories