www.samajalive.in
Friday, December 12, 2025
26.1 C
Bhubaneswar

ସ୍ଥାନଚ୍ୟୁତ କାଶ୍ମିରୀଙ୍କୁ କେନ୍ଦ୍ରର ସହାୟତା – କ୍ୟାବିନେଟ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସ୍ଥାନଚ୍ୟୁତ କାଶ୍ମିରୀ ପରିବାରଗୁଡିକ ପାଇଁ ଏକ ରିଲିଫ ସହାୟତା ମଞ୍ଜୁରୀ କରିଛନ୍ତି। ଏହା ଅନୁସାରେ ପ୍ରତ୍ୟେକ ପରିବାରକୁ ସାଢେ ୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ପ୍ରାୟ ୫ହଜାର ୩ଶହ ସ୍ଥାନଚ୍ୟୁତ ପରିବାର ସେଠାରୁ ଚାଲିଯାଇ ଦେଶର ବିଭିନ୍ନ ଭାଗରେ ବସବାସ କରୁଥିଲେ ଓ ପରେ ସେମାନେ କାଶ୍ମୀରକୁ ଫେରିଆସିଛନ୍ତି। ନୂଆଦିଲ୍ଲୀରେ କ୍ୟାବିନେଟ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବର୍ତ୍ତା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି, ଏହି ନିଷ୍ପତ୍ତି ସ୍ଥାନଚ୍ୟୁତ କାଶ୍ମିରୀ ପରିବାରଗୁଡିକୁ ନ୍ୟାୟ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ପାଣ୍ଠି ପ୍ରଦାନ ସକାଶେ ବାଧ୍ୟତାମୂଳକଭାବେ ଆଗୁଆ ଆଧାର ଭିତ୍ତିକ ତଥ୍ୟ ପ୍ରଦାନ ପାଇଁ ଥିବା ନିୟମରେ କୋହଳତା ଆଣିବା ବିଷୟକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହି ଯୋଜନା ଅନୁସାରେ ଜମିଥିବା କୃଷକମାନଙ୍କୁ ବାର୍ଷିକ ୬ହଜାର ଟଙ୍କା ଲେଖାଏଁ ଆୟ ପ୍ରଦାନ କରାଯାଉଛି। ଏହି ଅର୍ଥ ଚାରୋଟି କିସ୍ତିରେ ସିଧାଯାଇ ସେମାନଙ୍କ ଜମାଖାତାରେ ପହଞ୍ଚି ଥାଏ। ପ୍ରତ୍ୟେକ କିସ୍ତିରେ ୨ହଜାର ଟଙ୍କା ଲେଖାଏଁ ଦିଆଯାଇଥାଏ।

- Advertisement -

ଜାତୀୟ ସ୍ୱାସ୍ଥ୍ୟମିଶନ ଅଧୀନରେ ଘଟିଥିବା ଅଗ୍ରଗତି ଓ ଜାତୀୟ ସ୍ୱାସ୍ଥ୍ୟମିଶନର କ୍ଷମତାପନ୍ନ କାର୍ଯ୍ୟକ୍ରମ କମିଟି ଓ ମିଶନ ଷ୍ଟିୟରିଂ ଗ୍ରୁପର ନିଷ୍ପତ୍ତି ବିଷୟରେ ମଧ୍ୟ କେନ୍ଦ୍ର କ୍ୟାବିନେଟକୁ ସୂଚନା ଦିଆଯାଇଛି। ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକାରୀତା ପରଠାରୁ ଗର୍ଭବତୀ ମହିଳା ମୃତ୍ୟୁହାର ଦ୍ରୁତଗତିରେ ହ୍ରାସ ପାଇଛି। ଏକ ସରକାରୀ ଇସ୍ତାହାରରେ କୁହାଯାଇଛି, ଏହି ମୃତ୍ୟୁହାର କମ୍‍ ହେବା ଦ୍ୱାରା ଭାରତ ନିର୍ଦ୍ଧାରିତ ସମୟସୀମା ୨୦୩୦ମସିହା ପୂର୍ବରୁ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସଫଳ ହେବ। ଭାରତ ମଧ୍ୟ ମ୍ୟାଲେରିଆ ରୋଗର ନିରାକରଣରେ ବଡ ସଫଳତା ହାସଲ କରିଛି। ୨୦୧୩ ମସିହାରେ ମ୍ୟାଲେରିଆ ଜନିତ ମୃତ୍ୟୁହାର ଶତକଡା ୫୦ଦଶମିକ ୫/୨ଭାଗରୁ ୨୦୧୭ରେ ଏହା ୪୯ଦଶମିକ ୦/୯ ଭାଗକୁ ହ୍ରାସ ପାଇଛି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories