ବଡ଼ସାହି ଉପଡ଼ାକଘର ୨.୫୯ଲକ୍ଷ ଟଙ୍କା ଅନିୟମିତତା ଘଟଣା ; ନିଲମ୍ବିତ ପୋଷ୍ଟମାଷ୍ଟର ଗିରଫ

ବଡ଼ସାହି : ସରକାରୀ ଅର୍ଥ ଅନିୟମିତତା ପାଇଁ ନିଲମ୍ବିତ ହୋଇଥିôବା ମୟୂରଭଞ୍ଜ ଜିଲା ବଡ଼ସାହି ଉପଡ଼ାକଘରର ପୋଷ୍ଟମାଷ୍ଟର ଘନଶ୍ୟାମ କିସ୍କୁ(୩୫)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପାର୍ସଲ ସାମଗ୍ରୀରେ ଲାଗୁଥିବା ଷ୍ଟାମ୍ପର ସରକାରୀ ଅର୍ଥ ଦାଖଲ ହୋଇନଥିବାରୁ ଡାକବିଭାଗ ପକ୍ଷରୁ ବଡ଼ସାହିର ଡ଼ାକ ନୀରିକ୍ଷକ ଅଶୋକ ମଣ୍ଡଳଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।
ବଡ଼ସାହି ନିକଟ ରଙ୍ଗାଡ଼ିହା ଗ୍ରାମର ଘନଶ୍ୟାମ ବଡ଼ସାହି ଉପଡ଼ାକଘରର ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ତେବେ ୨୦୧୭ ମସିହାରୁ ୨୦୧୮ ସେପ୍ଟେମ୍ବର ୨ତାରିଖ ମଧ୍ୟରେ ଏହି ପୋଷ୍ଟ ଅଫିସରୁ ୨ଲକ୍ଷ ୫୯ହଜାର ୪୦ଟଙ୍କାର ପୋଷ୍ଟାଲ ଷ୍ଟାମ୍ପ ଅର୍ଥ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ସିଲିଗୁଡ଼ି, ଗୁଣ୍ଟୁର ଓ କଟକ ଆଦି ସ୍ଥାନର ପାର୍ସଲ ସାମଗ୍ରୀରେ ଲାଗୁଥିôବା ଷ୍ଟାମ୍ପର ସରକାରୀ ଅର୍ଥ ଦାଖଲ କରାଯାଇନଥିବା ଅଭିଯୋଗ ହୋଇଥିଲା। ଫଳରେ ଡ଼ାକପାଳ ୨୦୧୮ ନଭେମ୍ବର ୨୦ତାରିଖରେ ଘନଶ୍ୟାମଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ତାଙ୍କ ନିର୍ଦେଶରେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ଥାନାରେ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଥିଲା।

Comments are closed.