www.samajalive.in
Wednesday, December 10, 2025
18.1 C
Bhubaneswar

କାଳବୈଶାଖିରେ ବ୍ୟାପକ କ୍ଷୟକ୍ଷତି; ଟ୍ରାନ୍ସଫରମର ସହିତ ଭୂଇଁରେ ଲୋଟିଲା ବିଦ୍ୟୁତ ଖୁଣ୍ଟ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଳକର ବିଭିନ୍ନ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ୩ଟା ସମୟରେ କାଳବୈଶାଖି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅଧଘଣ୍ଟା ଧରି ପବନ, ବର୍ଷା ସହିତ ବଜ୍ରପାତ ତାଣ୍ଡବ ରଚିଛି। ବିଦ୍ୟୁତ ଖୁଣ୍ଟ ଓ ଗଛଡ଼ାଳ ଭାଙ୍ଗି ବଡ଼ସାହି-ଡୁକୁରା, ବଡ଼ସାହି-ବେତନଟୀ ଓ ମାଣତ୍ରୀ-ବଡ଼ସାହି ରାସ୍ତା ଅବରୋଧ ହୋଇଥିବା ବେଳେ ଟେଲି ଓ ବିଦ୍ୟୁତ ସେବା ବ୍ୟାହାତ ହୋଇଛି। ବ୍ଳକର ବଡ଼ସାହି, ବଳଭଦ୍ରପୁର, ମାଧପୁର, ପ୍ରତାପପୁର, ସାନକେରକୋ, ଉଠାଣୀନୂଆଗାଁ, ଗୁଡିଆଲବନ୍ଧ, ପୂର୍ଣ୍ଣଚନ୍ଦ୍ରପୁର, ନାଉପାଳ, ଯଦୁନାଥପୁର, କେନ୍ଦୁଡ଼ିହା, ଦେଉଳିଆ, ଚନ୍ଦନପୁର, ପଟିସାରୀ, ମାଣତ୍ରୀ, ଭୀମଦା, ମାନଗୋବିନ୍ଦପୁର ଓ ଶାଳଗାଁ ପଞ୍ଚାୟତର ଅଧିକାଂଶ ଗ୍ରାମରେ ଥିବା ଚାଳ ଓ ଟାଇଲ ଘର ଉପରେ ଗଛପଡି ବ୍ୟାପକ କ୍ଷତି ଘଟିଛି। ବଡ଼ସାହି ବଜାର, ବେଲପାଳ, କଇଁଶାଳି ଓ କୁରାଡିହା ଠାରେ ଗଛପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଯାନବାହାନ ଚଳପ୍ରଚଳ ୩ଘଣ୍ଟା ଧରି ବନ୍ଦ ରହିଛି। ବ୍ଲକରେ ଥିବା ଅଗ୍ନିଶମ ବିଭାଗର ସୀମିତ କର୍ମଚାରୀ ପକ୍ଷରୁ ଗଛ ଗୁଡିକ କାଟି ବିଳମ୍ବରେ ସଫା କରିବା ପରେ ଯାତାୟତ ସ୍ୱାଭାବିକ ହୋଇଛି।

- Advertisement -

ସେହିପରି ଥାନା ପୋଖରୀ ନିକଟରେ ଥିବା ଟ୍ରାନ୍ସଫର୍ମର ଖୁଣ୍ଟ ସହିତ ଉପୁଡି ପଡ଼ିବା ଦ୍ୱାରା ଯାତାୟାତରେ ଅସୁବିଧା ହୋଇଥିଲା। ବିଦ୍ୟୁତ ବିଭାଗର କର୍ମଚାରୀମାନେ ପହଞ୍ଚି ଖୁଣ୍ଟ ସହିତ ଟ୍ରାନ୍ସଫର୍ମର ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଛି। ସେହିପରି ବଡ଼ସାହି ଡାକ୍ତରଖାନା ପରିସରରେ ଥିବା ଏକ ବିଶାଳ ନିମ୍ବ ଗଛ ରୋଗୀ ରହୁଥିବା ଛାତ ଘର ଉପରେ ଉପୁଡି ପଡିବାରୁ ଘରଟି ଭାଙ୍ଗିଯାଇଛି। ବନପାଳ କାର୍ଯ୍ୟାଳୟରେ ଥିବା ଏକ ବିଶାଳ ଗଛ ଓ ବଡ଼ସାହି ବଜାରରେ ଥିବା ଟିଣଛପର ଦୋକାନ ଘର ଗୁଡିକ ଉପରେ ଗଛ ପଡି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ସେହିପରି ଥାନା ପରିସରରେ ଥିବା ଆମ୍ବଗଛ ଯାତ୍ରୀ ବିଶ୍ରାମାଗାର ଉପରେ ପଡିବାରୁ ଯାତ୍ରୀ ବିଶ୍ରାମାଗାର ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ପନିପରିବା, ତରଭୁଜ, କଦଳୀ ଓ ଆମ୍ବ ଗଛ ଗୁଡିକ ଭାଙ୍ଗିଯାଇଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ବିଦ୍ୟୁତ ବିଭାଗର ବହୁ କ୍ଷୟକ୍ଷତି ହୋଇଥିବା ବେଳେ ବିଦ୍ୟୁତ ସରବରାହ ପାଇଁ ବହୁ ସମୟ ଲାଗିବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି। ବିଶେଷ କରି ପାନୀୟ ଜଳ ପାଇଁ ଜନସାଧାରଣ ବହୁ ହଇରାଣ ହରକତ ହେଉଛନ୍ତି। ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ସମର୍ଥକଙ୍କ ସହିତ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ସହିତ ଜିଲାପାଳ, ତହସିଲଦାର ଓ ବିଡ଼ିଓଙ୍କୁ କ୍ଷୟକ୍ଷତି ସମୀକ୍ଷା ପୁର୍ବକ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ ପାଇଁ କହିଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories