www.samajalive.in
Tuesday, December 9, 2025
15.1 C
Bhubaneswar

ମୋବାଇଲ ଟର୍ଚ୍ଚରେ ଖାତାଦେଖା, +୨ ପରିଷଦର କାର୍ଯ୍ୟାନୁଷ୍ଠାନ ଧୂଆଁବାଣ

ଭୁବନେଶ୍ୱର: ଚଳିତ ବର୍ଷର +୨ ପରୀକ୍ଷା ଫଳ କେବେ ବାହାରିବା ସେ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସନ୍ଦିହାନ ଥିବା ବେଳେ ଗଣ ମାଧ୍ୟମରେ ପ୍ରକାଶିତ ସମ୍ବାଦ ‘ମୋବାଇଲ ଟର୍ଚ୍ଚରେ ଖାତାଦେଖା’କୁ ପ୍ରସଙ୍ଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି +୨ ପରିଷଦ। ପରୀକ୍ଷା ଫଳ ପ୍ରକାଶନ, ମୂଲ୍ୟାୟନ କେନ୍ଦ୍ରରେ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଅସୁବିଧା ପ୍ରତି ଦୃଷ୍ଟି ନ ଦେଇ +୨ ପରିଷଦ କେବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରସଙ୍ଗକୁ ଅନେକ ଅଧ୍ୟାପକ ଅଧ୍ୟାପିକା ନାପସନ୍ଦ କରିଛନ୍ତି।

ରାଜ୍ୟର ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଚାଲିଥିବା ବେଳେ ୩୬ଟି କେନ୍ଦ୍ରରେ ଅନଲାଇନ ମାଧ୍ୟମରେ ଖାତା ଦେଖା ଚାଲିଛି। ଏପ୍ରିଲ ୮ରୁ ପ୍ରଥମ ପର୍ଯ୍ୟାୟ ଅନଲାଇନ ଖାତା ଦେଖାରେ ବହୁ ତ୍ରୁଟି ଦେଖାଦେବାରୁ ପ୍ରାୟ ୫ଦିନ ବିଳମ୍ବରେ ଖାତା ଦେଖା ଆରମ୍ଭ ହୋଇଥିଲା ବେଳେ ଏପ୍ରିଲ ୨୩ରୁ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରେ ବାତ୍ୟା ଫନୀ ପାଇଁ ଖାତା ଦେଖା ବନ୍ଦ ରହିଥିଲା।

- Advertisement -

ଖବର ନେବାରେ ଜଣାପଡିଛି ଯେ ରାଜ୍ୟର ଅଧାରୁ ଅଧିକ ମୂଲ୍ୟାୟନ କେନ୍ଦ୍ରରେ ଏସି ବ୍ୟବସ୍ଥା ନାହିଁ ଓ ଯେଉଁଠାରେ ଏସି ଅଛି ସେଠାରେ ଏସି ପାଇଁ ଇଲେକ୍ଟ୍ରି ବିଲ ଭରଣା କରିବା ପାଇଁ ଅର୍ଥ ନାହିଁ। ଅନ୍ୟ ପକ୍ଷରେ ଶୀଘ୍ର ଖାତା ଦେଖିବା ପାଇଁ ପରିଷଦ ତାଗିଦ କରିଥିବା ବେଳେ ଅଧ୍ୟାପକ ଅଧ୍ୟାପିକାମାନେ ଅସହ୍ୟ ଗୁଳୁଗୁଳିରେ ଖାତା ଦେଖିବାକୁ ବାଧ୍ୟ ହେଉଛନ୍ତି। କେତେକ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଏ ଯାଏଁ ଶେଷ ହୋଇ ନ ଥିବା ବେଳେ ବହୁ ଅଧ୍ୟାପକ ଅଧ୍ୟାପିକାଙ୍କୁ ଦୁଇ ଦୁଇଟି ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ କରାଯାଇଛି। ଏଭଳି ସମସ୍ୟା ପ୍ରତିବର୍ଷ ଘଟୁଥିଲେ ମଧ୍ୟ ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories