www.samajalive.in
Tuesday, December 9, 2025
16.1 C
Bhubaneswar

ଶିମଳିପାଳ ସଂଲଗ୍ନ ଖାଦାନରେ ଜାରି ୧୪୪ଧାରାକୁ ବେଖାତିର 

ବଡ଼ସାହି : ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ଏକାଧିକ କ୍ରସର ସ୍ଥାପନା ପାଇଁ କୋର ଅଞ୍ଚଳରେ ଚୋରା ଖାଦାନରୁ ନିୟମିତ ପଥର ଉତ୍ତୋଳନ ଅଭୟାରଣ୍ୟ ପାଇଁ ବିପଦ ପହଞ୍ଚାଉଥିବା ଦୃଷ୍ଟିରୁ ପରିବେଶବିତ, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ବୁଦ୍ଧିଜୀବୀ ଅଭିଯୋଗ ଆଣିବା ପରେ ୨୦୧୬ ମସିହା ସେପ୍ଟେମ୍ବର ମାସରେ ମୟୂରଭଞ୍ଜ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବାରିପଦା ଡିଏଫଓ ମିଳିତ ଭାବେ ସମ୍ପୃକ୍ତ ଅଞ୍ଚଳ ଗସ୍ତ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେର୍ଶ ଦେଇଥିଲେ । ପ୍ରଶାସନ ଖାଦାନ ଗୁଡିକରେ ମହଜୁଦ ଥିବା ପଥର ସବୁକୁ ଜବତ କରି ପରବର୍ତ୍ତୀ ସମୟରେ ନିଲାମ କରିଥିଲା। ଏହିି ପଥର ଖାଦାନକୁ ରାଜସ୍ୱ ବିଭାଗ ନିଲାମ ଡାକିଆସୁଥିଲା ବେଳେ ପ୍ରଦୁଷଣ କଟକଣା ପରେ ଆଉ ନିଲାମ ହେଉନଥିଲେ ହେଁ ଚୋରାରେ ଉତ୍ତୋଳନ ହେଉଥିଲା। ରାଜସ୍ୱ ଓ ବନବିଭାଗ ଦ୍ୱାରା ଯୁଗ୍ମ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ ପରେ  ସଦର ଉପଜିଲାପାଳ ବଡ଼ସାହି ତହସିଲର ଯଦୁନାଥପୁର, ଚନ୍ଦନଚତୁରୀ ଓ ହାତିକୋଟ ମୌଜାର ଖାତା ନଂ ୩୭, ୩୮, ୪୦, ୫୫୧ ଓ ୫୫୩ର ଏକାଧିକ ପ୍ଲଟରେ ଥିବା ଖାଦାନକୁ ବନ୍ଦ ପାଇଁ ୧୪୪ଧାରା ଜାରି କରିବାକୁ ନିର୍ଦେଶ ଦେଇଥିଲେ। ତେବେ ନିର୍ଦେଶ ଘୋଷଣା ପୂର୍ବକ କାର୍ଯ୍ୟକାରୀ ହେବା ସ୍ୱତ୍ତେ ଏବେମଧ୍ୟ ଉପରୋକ୍ତ ଖାଦାନ ମାନଙ୍କୁ ବ୍ୟାପକ ମାଲ ପରିବହନ ହେଉଛି। ବଡ଼ସାହି ତହସିଲଦାର ଓ ଡୁକୁରା ବନବିଭାଗ ଖବର ପାଇ କେତେକ ପଥର ବୋଝେଇ ଭାରିଯାନ ଜବତ କରି ଜୋରିମାନା ଆକରରେ ଆଦାୟ କରୁଥିଲେ ହେଁ ତାହାର କୌଣସି ପ୍ରଭାବ ପଡୁନାହିଁ । ପ୍ରକାଶ ଥାଉ କି, ପଥର ଖାଦାନ ଥିବା ସମ୍ପୃକ୍ତ ଗ୍ରାମ ଗୁଡିକ ବ୍ଲାଷ୍ଟିଂ ଦ୍ୱାରା ପ୍ରଭାବିତ ହେଉଥିବା, ଖାଦାନ ମାନଙ୍କରୁ ଅପସାରଣ ହେଉଥିବା ପଥର ଖଣ୍ଡ ଦ୍ୱାରା ବନ୍ୟଜନ୍ତୁଙ୍କ ସହିତ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଏବଂ ସର୍ବପରି ପରିବେଶ ପ୍ରଦୁଷଣ ବୃଦ୍ଧି ପାଉଥିବାରୁ ୧୪୪ ଧାରା ଜାରି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବଡ଼ସାହି ତହସିଲ କର୍ମଚାରୀଙ୍କ ଚିହ୍ନଟ ପରେ ପୁଲିସ ଡାକବାଜି ଯନ୍ତ୍ର ଯୋଗେ ୧୪୪ଧାରା ସମ୍ପର୍କରେ ପ୍ରଚାର କରିବା ସହିତ ସମ୍ପୃକ୍ତ ଇଲାକରେ ୨୦୧୭ ଅପ୍ରେଲ ମାସରେ ସଚେତନ କରିଥିଲା। ଖାଦାନ ଅଞ୍ଚଳ ରାଜସ୍ୱ ବିଭାଗର ହୋଇଥିବା ବେଳେ ବନବିଭାଗର ଦାୟିତ୍ୱରେ ମଧ୍ୟ ରହୁଛି। ଉଭୟଙ୍କ ରିପୋର୍ଟକୁ ଭିତ୍ତି କରି ପୁଲିସ୍‍ ଏପରି ଘୋଷଣା କରିଥିଲା। ତେବେ ବର୍ତ୍ତମାନ ଯଦୁନାଥପୁର ପଞ୍ଚାୟତ ଅଧୀନ ଶିମିଳିପାଳ ରିଜର୍ଭ ଜଙ୍ଗଲରେ ଥିବା ଭାଲୁପାଣି ଓ ଚଟାଣସାହି ଅଞ୍ଚଳରୁ ପ୍ରତ୍ୟେୟ ବେଧଡ଼କ ବ୍ଲାଷ୍ଟିଂ ସାଙ୍ଗକୁ ଦିନରାତି ଚୋରାଚାଲାଣ ହେଉଛି। ଶାସକ ଦଳର ଛତ୍ରଛାୟାରେ ଥିବା ପ୍ରଭାବୀ ମାଫିଆଙ୍କ କ୍ରସରକୁ ଏହି ଚାଲାଣ ହେଉଥିବା ବେଳେ କ୍ରସରରୁ ବିଭିନ୍ନ ସାଇଜର ମେଟାଲ ଓ ଚିପ୍ସ ପ୍ରସ୍ତୁତ ହୋଇ ବାହାରକୁ ପଠାଯାଉଛି। ଖାଦାନ ଠାରୁ ୧୦କିମି ପରିସରରେ ଡୁକୁରା ରେଞ୍ଜ କାର୍ଯ୍ୟାଳୟ ଥିବା ବେଳେ ୨/୩ଟି ବନରକ୍ଷୀ କାର୍ଯ୍ୟାଳୟ ରହିଛି। କିନ୍ତୁ ମାଫିଆ ମାନେ ସେମାନଙ୍କର ବେପାର ଜାରି ରଖିଛନ୍ତି। ଏଥିରେ ଅଙ୍କୁଶ ନହେଲେ ଶିମିଳିପାଳ ଶ୍ରୀହୀନ ହେବା ଥୟ ବୋଲି ପରିବେଶବିତ ତପନ ପତି ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories