www.samajalive.in
Friday, December 12, 2025
27.1 C
Bhubaneswar

ନୀଳାଚଳ ପରମ୍ପରାର ପ୍ରତୀକ ଶତାଦ୍ଦି ପୁରୁଣା ବଡ଼ମ୍ବା ଭଉଁରି ଯାତ୍ରା

ବଡ଼ମ୍ବା: ଐତିହାସିକ ବଡ଼ମ୍ବା ଭଉଁରି ଯାତ୍ରା ଅବସରରେ ଅନୁଷ୍ଠିତ ବାର୍ଷିକ ଚନ୍ଦନ ମହୋତ୍ସବ ମଙ୍ଗଳବାର ଉଦ୍ଘାଟିତ ହୋଇଛି। ସ୍ଥାନୀୟ ଟେନିସ ପଡ଼ିଆସ୍ଥିତ କବିଚନ୍ଦ୍ର ମଣ୍ଡପରେ ୫ଦିନଧରି ଅନୁଷ୍ଠିତ ହେବାକୁଥିବା ଏହି ସାଂସ୍କୃତିକ ଉତ୍ସବକୁ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ମହୋତ୍ସବର ଆବାହକ ତଥା ତହସିଲଦାର ନୀଳକଣ୍ଠ ବେହେରା ଏବଂ ମହୋତ୍ସବ କମିଟିର ସଭାପତି ଚିନ୍ମୟ ପଟ୍ଟନାୟକଙ୍କ ମିଳିତ ସମ୍ପାଦନାରେ ଅନୁଷ୍ଠିତ ଏହି ଉତ୍ସବରେ ଡଃ.ପ୍ରତିଭା ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ନୀଳାଚଳ ପରମ୍ପରାର ପ୍ରତୀକ ଶତାଦ୍ଦି ପୁରୁଣା(୧୧୨ବର୍ଷର ଐତିହ ଯାତ୍ରା) ବଡ଼ମ୍ବାଗଡ଼ ଭଉଁରି ଯାତ୍ରା ରାଜ୍ୟର ଅନ୍ୟତମ ସାଂସ୍କୃତିକ ଗୌରବ ବୋଲି ଅତିଥିମାନେ ଏହି ଅବସରରେ ମତପୋଷଣ କରିଥିଲେ।

ରାଜ୍ୟ ସଂସ୍କୃତି ବିଭାଗ ଏବଂ ଜିଲା ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲାପରିଷଦ ସଦସ୍ୟ ରବୀନ୍ଦ୍ର କୁମାର ସାହୁ, ବିଡିଓ ରମେଶ କୁମାର ଜେନା ପ୍ରମୁଖ ଉକ୍ତ ସାଂସ୍କୃତିକ ସଭାରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ମହୋତ୍ସବ କମିଟିର ସମ୍ପାଦକ ଆଇନଜୀବୀ ଗିରିଜାପ୍ରସାଦ ମିଶ୍ର ସମ୍ପାଦକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଅତିଥିମାନେ ଏହି ଐତିହାସିକ ଯାତ୍ରାର ପରମ୍ପରା ଏବଂ ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଉତ୍ସବ ଅବସରରେ ମହୋତ୍ସବ ସ୍ମରଣିକା ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ରାଜନଅର ବିଜେ ମହାପ୍ରଭୁ ଗୋପୀନାଥ ଦେବ, ଚନ୍ଦ୍ରଶେଖର ଦେବ, ଗଡ଼ ବଡ଼ଦାଣ୍ଡ ସାହି ବିଜେ ଶ୍ରୀ ଲୋକନାଥ ଦେବ, ରାଧାକାନ୍ତ ଦେବ ଏବଂ ଗୋପୀନାଥପୁର ବିଜେ ସିଂହନାଥ ଦେବଙ୍କ ବିଜେ ପ୍ରତିମା ଉତ୍ସବ ଅବସରରେ ଚାପଖେଳକୁ ବିଜେ କରିଥିଲେ।

- Advertisement -

ରାଜ୍ୟର ପ୍ରତିଷ୍ଠିତ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ମହୋତ୍ସବ ମଞ୍ଚରେ ପ୍ରତି ସନ୍ଧ୍ୟାରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ସାଙ୍ଗକୁ ମହୋତ୍ସବ ପଡ଼ିଆରେ ପଡ଼ିଥିବା ବାଣିଜ୍ୟ ମେଳାର ମଜା ଆଗନ୍ତୁକ ହଜାରହଜାର ଦର୍ଶକ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ପାଳନ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

ମହୋତ୍ସବ କମିଟିର ଉପସଭାପତି ମହେନ୍ଦ୍ର କୁମାର ପଢିଆରୀ,ସହ ସମ୍ପାଦକ ରବିନ୍ଦ୍ର କୁମାର ବାରିକ ଏବଂ କୋଷାଧ୍ୟକ୍ଷ ଦିବାକର ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଜନଗହଳିକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତରଫରୁ ଶାନ୍ତିଶୃଖଂଳା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories