ଜାଣନ୍ତୁ, କିଛି ଅଶୁଭ ହେବାର ସଙ୍କେତ ସମ୍ବନ୍ଧରେ ..

0

ଜୀବନ​‌ରେ ଅନେକ ସଙ୍କେତ ବ୍ୟକ୍ତିଙ୍କୁ ଶୁଭ ଓ ଅଶୁଭର ସଙ୍କେତ ଦେଇଥାଏ। ତାହାକୁ ଅଣଦେଖା କରିବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ସେହି ନିୟମ ମାନି ଚଳିବା ଦ୍ବାରା ଜୀବନରେ ଅନେକ ସୁବିଧା ଓ ଅସୁବିଧା ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସଙ୍କେତ ଆମକୁ ଅଶୁଭର ସଙ୍କେତ ଦିଏ ..

ତେଲ ତଳେ ପଡିଯିବା ଅଶୁଭର ସଙ୍କେତ ଅଟେ। ଏପରି ହେବା ଦ୍ବାରା ପରିବାର ସଦସ୍ୟ କୌଣସି ଋଣଭାରରେ ବୁଡିବାର ସଙ୍କେତ ଦେଇଥାଏ।

ପୂଜା କରିବା ବେଳେ ପୂଜା ଥାଳୀ ହାତରୁ ପଡିଯିବା ଅଶୁଭ ଅଟେ। ପରିବାର ଉପରେ କୌଣସି ବିପତ୍ତି ଆସିବା ପୂର୍ବରୁ ଏପରି ହୋଇଥାଏ। ସେହିପରି ପୂଜା ବେଳେ ଦୀପ ଲିଭିବା ମଧ୍ୟ ଖରାପ ଅଟେ।

ବିବାହିତ ନାରୀଙ୍କ ପ୍ରତୀକ ସିନ୍ଦୂର। ଏହା ତଳେ ପଡିବା ଦ୍ବାରା ସ୍ବାମୀଙ୍କ ଉପରେ କୌଣସି ବିପତ୍ତି ଆସିବାର ସଙ୍କେତ ମିଳିଥାଏ। ଏହାଦ୍ବାରା ବ୍ୟାପାରରେ ମଧ୍ୟ କ୍ଷତି ହୋଇଥାଏ।

prayash

ହାତରୁ ପାଣି ଗ୍ଲାସ ତଳେ ପଡିବା ଦ୍ବାରା କୌଣସି ରୋଗ ହେବାର ସଙ୍କେତ ମିିଳିଥାଏ।

କ୍ଷୀରକୁ ଚନ୍ଦ୍ରମାଙ୍କ ସହ ତୁଳନା କରାଯାଇଛି। କ୍ଷୀର ଫୁଟୁଥିବା ଉତୁରି ତଳେ ପଡିବା ଅଶୁଭର ସଙ୍କେତ ଦେଇଥାଏ। ଏହାଦ୍ବାରା ଘରର ସୁଖଶାନ୍ତିରେ ବାଧା ଉତ୍ପନ୍ନ ହୋଇଥାଏ। ପରିବାର ସଦସ୍ୟଙ୍କ ମାନସିକ ଚିନ୍ତା ବୃଦ୍ଧି ପାଇଥାଏ। ଏହାସହ ପରିବାର ପ୍ରତି ବିପତ୍ତି ଆସିଥାଏ।

ଦୈନନ୍ଦିନ ଜୀବନରେ ଲୁଣ ମହତ୍ତ୍ବ ଅଧିକ ରହିଛି। ଏହା ଖାଦ୍ୟର ସ୍ବାଦ ବଢାଇବା ସହ ଅନେକ କାର୍ଯ୍ୟରେ ଉପଯୋଗୀ ହୋଇଥାଏ। କିଛି ସ୍ଥାନରେ ଲୁଣକୁ ଦୁର୍ଭାଗ୍ୟ ଓ ବିବାଦର ସୂଚକ କୁହାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ହାତରୁ ଲୁଣ ଖସିବା ଅଶୁଭର ସଙ୍କେତ ଦେଇଥାଏ। ଏହାଦ୍ବାରା ଜାତକରେ ଶୁକ୍ର ଓ ଚନ୍ଦ୍ରଙ୍କର ସ୍ଥିତି ଖରାପ ରହିବାର ସଙ୍କେତ ଦେଇଥାଏ। ଯଦି ହାତରୁ ଗୋଲମରିଚ ଖସି ତଳେ ପଡିଯାଏ ତେବେ କୌଣସି ସମ୍ପର୍କୀୟଙ୍କ ଦ୍ବାରା ଆପଣଙ୍କୁ ଅଶୁଭ ଖବର ମିଳିବାର ସଙ୍କେତ ଦେଇଥାଏ।

କୌଣସି ଖାଦ୍ୟଦ୍ରବ୍ୟ ତଳେ ପଡିଯିବା ଦ୍ବାରା ମା’ ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଯଦି ଭୁଲରେ କେବେ ବି ଏପରି ହୋଇଥାଏ ତେବେ କ୍ଷମା ମାଗି ନିଅନ୍ତୁ। ଖାଦ୍ୟ ତଳେ ପଡିଯିବା ଦ୍ବାରା ଘରେ ଆର୍ଥିକ ଅନଟନ ଦେଖା ଦେଇଥାଏ।

ଘରୁ ବାହରି ଯାଉଥିବା ବେଳେ ପିନ୍ଧିଥିବା ପୋଷାକରୁ ଯଦି ଟଙ୍କା ବାହାରି ତଳେ ପଡିଯାଏ ଓ ତାହା ଆପଣ ଦେଖନ୍ତି ତାହା ଶୁଭ ସଙ୍କେତ ଅଟେ। ଏପରି ହେବା ଦ୍ବାରା ଆପଣଙ୍କର ଧନ ବୃଦ୍ଧିର ସଙ୍କେତ ମିଳିଥାଏ।

kalyan agarbati
Leave A Reply