ଆରଡି : ରାଜ୍ୟର ସର୍ବପୁରାତନ ଶୈବକ୍ଷେତ୍ର ଆଖଣ୍ଡଳମଣିପୀଠକୁ ସଂଯୋଗ କରୁଥିବା ଆରଡି-ମତୋ ରାସ୍ତା ଡିଅସାହିଛକ ନିକଟରେ ଦୀର୍ଘବର୍ଷ ହେବ ବନ୍ୟା ଓ ବର୍ଷାରେ ଧୋଇଯାଇଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମରାମତି ହେବାତ ଦୂରର କଥା ମୁଠାଏ ମାଟି ପଡିନଥିବାରୁ ମରଣଯନ୍ତା ପାଲଟିଛି। ଫଳରେ ପ୍ରତିଦିନ ଆଖଣ୍ଡଳମଣିପୀଠକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ୧୨-୧୪ଖଣ୍ଡର ଗାଁ ଲୋକ ଯାତାୟତରେ ନାନା ଅସୁବିଧାରେ ସମୁଖୀନ ହେଉଥିବା ବେଳେ ଛୋଟବଡ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ରାସ୍ତାର ମରାମତି ପାଇଁ ଦୀର୍ଘ ୩ବର୍ଷ ହେବ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ଅକ୍ଷୟ ମଲିକ, ନବଘନ ବିଶ୍ବାଳ, ବିଦ୍ୟାଧର ଦାସ, କୈଳାସ ଦାସ, ରାଜା ଦାସ ପ୍ରମୁଖ । ଏହି ରାସ୍ତା ୨୦ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବେଳେ ତିହିଡି ଆଦି ଅଞ୍ଚଳକୁ କମ୍ ଦୂରତା ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ସହ ଆଗନ୍ତୁକ ଶ୍ରଦ୍ଧାଳୁମାନେ ଯାତାୟତ କରିଥାନ୍ତି । ଏପରି ସମସ୍ୟା ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଅବିନାଶ ବାରିକଙ୍କୁ ପଚାରିବାରୁ, ଏହି ରାସ୍ତା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ଅଧିନରେ ଥିଲା, ଏବେ ଗୃହନିର୍ମାଣ ବିଭାଗକୁ ଯାଇଥିବାରୁ ମରାମତି ହୋଇପାରୁନାହିଁ। ତଥାପି ଖୁବଶିଘ୍ର ମରାମତି କରାଯିବ।
Popular Categories



