ଭୁବନେଶ୍ବର : ଘର ଆମର ପରିଚୟ, ଆମର ସ୍ବାଭିମାନ । ସବୁ କଚ୍ଚା ଘରକୁ ପକ୍କା ଘର କରିବାକୁ ପ୍ରତିଶ୍ରୁତି ଦେଇଥିଲୁ, ରାଜ୍ୟବାସୀଙ୍କୁ ଦେଇଥିବା କଥା ଆମେ ପୂରଣ କରିଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ରାଜ୍ୟରେ ପକ୍କାଘର ସହାୟତା ପାଇଥିବା ଏବଂ ପାଇନଥିବା ଯୋଗ୍ୟ ପରିବାରଙ୍କ ପାଇଁ ରାଜ୍ୟ ସରକାର ଘର ମରାମତି ବାବଦକୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁକ୍ରବାର ଏହି ସହାୟତା ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଶେଷ କଚ୍ଚା ଘରକୁ ପକ୍କା ଘର କରିବା ଉଦ୍ୟମ ଜାରି ରହିଛି, ଘର ନ ଥିବା ଗରିବଙ୍କୁ କେନ୍ଦ୍ର ସାହାଯ୍ୟ ନ କଲେ ଆମେ ଅଛୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଯୋଜନାରେ ପ୍ରତି ପରିବାରକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ୩୧ ଲକ୍ଷ ହିତାଧିକାରୀଙ୍କୁ ୧୪୪୪ କୋଟି ଟଙ୍କା ପ୍ରଦାନ କରିଛନ୍ତି ।



