ଜୁନାଡିହି-ସଏଡା ପୂର୍ତ୍ତ ବିଭାଗ ରାସ୍ତା ମଝିରେ ଗାଡିଆ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ଜୁନାଡିହିରୁ ଲଇଡା ଦେଇ କୁଚିଣ୍ଡାକୁ ସଂଯୋଗ କରୁଥିବା ଜୁନାଡିହି-ସଏଡା ରସ୍ତାର ଲଇଡା ଗାଁମୁଣ୍ଡରେ ଥିବା ବୁଲାଣି ପାଖ ରାସ୍ତା ଉପରେ ୬-୭ମାସ ହେଲା ଛୋଟ ଛୋଟ ଗାଡିଆ ସୃଷ୍ଟି ହୋଇଥିଲେ ମଧ୍ୟ ଏହାର ମରାମତି ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘା ନାହିଁ । ରାସ୍ତା ଉପରେ ଗାଡିଆ ଯୋଗୁଁ ଯାତାୟାତରେ ବ୍ୟାଘାତ ସୃଷ୍ଟି ହେବା ସହିତ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକେ କ୍ଷତାହତ ହେଉଛନ୍ତି । ଗାଁ ମୁଣ୍ଡରେ ଥିବା ବୁଲାଣି ବ୍ୟତୀତ ଲଇଡା ମହାଦେବ ମନ୍ଦିରରୁ ଲଇଡା ବଜାର ପର୍ଯ୍ୟନ୍ତ ରସ୍ତା ନିର୍ମାଣ ସମୟରେ ଆନେକ ସ୍ଥାନରେ କଟାଯାଇଥିବା ଗଛର ମୂଳ ଭାଗରେ ପିଚୁ କରା ଯାଇ ନଯାଇ ଅସମ୍ପୂର୍ଣ ଅବସ୍ଥାରେ ଛାଡି ଦିଆଯାଇଛି। ଫଳରେ ପୂର୍ବରୁ ଗଛ ଥିବା ସ୍ଥାନ ଗୁଡିକ ଖାଲଖମା ହୋଇ ରହିଯାଇଛି। ରାସ୍ତା ପାଖରେ ଥିବା ଖାଲଖମା ଯତାୟାତରେ ସମସ୍ୟା ସୃଷ୍ଟି କରିବା ସହିତ ଅନେକ ସମୟରେ ଦୁର୍ଘଟଣାର କାରଣ ସାଜିଛି।
ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଗୁରୁତ୍ୱ ଦେଇ ଯାତ୍ରୀ ମାନଙ୍କ ପାଇଁ ଅସୁରକ୍ଷିତ ଓ ବିପଦପୂର୍ଣ୍ଣ ହୋଇଥିବା ଖଲଖମାର ଶୀଘ୍ର ମରାମତି ବ୍ୟବସ୍ଥା କରିବାକୁ ଦାବି ହେଉଛି ।

Comments are closed.