ରାୟଗଡା: ରାୟଗଡା ବସଷ୍ଟାଣ୍ଡ ସାମ୍ନାରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଏକ ଅଖା ଭିତରୁ ସଫେଇ କର୍ମଚାରୀମାନେ ଶିଶୁ ପୁତ୍ରର ମୃତଦେହକୁ ଉଦ୍ଧାର କରିଛନ୍ତି। ଶିଶୁଟିର ଶରୀରରେ ବାପା ମାଆଙ୍କ ନାଁ ଲେଖାଥିବା ମେଡିକାଲ ସ୍ଲିପ୍ ଲାଗିଛି। ଦଙ୍ଗାସିଲ୍ ସ୍ବାସ୍ଥ୍ୟକେନ୍ଦ୍ର ସହ ଶିଶୁର ବାପାମାଆଙ୍କ ନାଁ ଲେଖା ହୋଇଥିବା ଦେଖିବାକୁ ମିଳିଛି। ସେପଟେ ଶିଶୁପୁତ୍ରର ମୃତ୍ୟୁର କାରଣ ଓ ମୃତଦେହ କିଏ ଫିଙ୍ଗିଲା ତାହା ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



