ଅନୁଗୁଳ: ପୁଣି ଅଲୋଡା ହେଲା ଶିଶୁକନ୍ୟା । ନାଲକୋ ପୁଲିସ ଏକ ଅଲୋଡା ଶିଶୁକନ୍ୟାକୁ ଉଦ୍ଧାର କରିଛି । ନାଲକୋ ଥାନା କାଣ୍ଡସର ମହୁଲ ବୁରି ସାହିର ଏକ ପରିତ୍ୟକ୍ତ ଘରୁ ୪ ଦିନର ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଗୁରୁତର ଅବସ୍ଥାରେ ଶିଶୁ କନ୍ୟାକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶିଶୁକନ୍ୟାଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ଶିଶୁ କନ୍ୟାଟିକୁ କିଏ ଓ କାହିଁକି ଛାଡି ଚାଲିଯାଇଛି ସେନେଇ ନାଲକୋ ପୁଲିସ ତଦନ୍ତ ଚଳାଇଛି ।
Popular Categories



